Loading...

ୟୁକ୍ରେନର ଦୁଇଟି ଗାଁ ଦଖଲ କଲା ରୁଷ: ଘରେ ଭିତରେ ରହିବାକୁ ଭାରତୀୟଙ୍କୁ ପରାମର୍ଶ

ୟୁକ୍ରେନର ଦୁଇଟି ଗାଁ ଦଖଲ କଲା ରୁଷ: ଘରେ ଭିତରେ ରହିବାକୁ ଭାରତୀୟଙ୍କୁ ପରାମର୍ଶ

ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ସ୍ଥିତି ସାଂଘାତିକ ହୋଇ ଯାଇଛି। ବିଶେଷ କରି ରାଜଧାନୀ କିଭ୍‌ରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ସ୍ଥିତି ସାଂଘାତିକ ହୋଇ ଯାଇଛି। ବିଶେଷ କରି ରାଜଧାନୀ କିଭ୍‌ରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର।ୟୁକ୍ରେନ ବିମାନ ସୀମାକୁ ବନ୍ଦ କରି ଦେଇଥିବାରୁ ସେଠାରେ ଥିବା ଭାରତୀୟମାନେ ସ୍ୱଦେଶ କେମିତି ଫେରିବେ, ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏସବୁ ଭିତରେ କିଭ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରମର୍ଶ ଦିଆଯାଇଛି। ସେହିପରି କେହି ବି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ମଧ୍ୟ ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି। କେତେବେଳେ କ’ଣ ଘଟିବ, ସେକଥା କୁହାଯାଇ ନପାରେ। ଦୟା କରି କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଯିଏ ଯେଉଁଠି ବି ଅଛନ୍ତି, ସେଇଠାରେ ସୁରକ୍ଷିତ ରୁହନ୍ତୁ। ନିଜ ଘର, ହୋଟେଲ କିମ୍ବା ଯେକୌଣସି ସ୍ଥାନରେ ସମସ୍ତେ ରୁହନ୍ତୁ।

ଯେଉଁମାନେ ଏବେ କିଭ୍‌ ଆସୁଛନ୍ତି, ସେମାନେ ନିଜର ଗସ୍ତ ସୂଚୀ ବଦାଳାଇ ଦିଅନ୍ତୁ। ଏବେ କିଭ୍‌ ଆସନ୍ତୁ ନାହିଁ। ବିଶେଷ କରି ପଶ୍ଚିମ କିଭ୍‌ରୁ ଆସୁଥିବା ଲୋକମାନେ ସେମାନଙ୍କ ପୂର୍ବ ସହରକୁ ଫେରି ଯାଆନ୍ତୁ। ପଶ୍ଚିମ ଦେଶ ସୀମାନ୍ତରେ ଥିବା ସୁରକ୍ଷିତ ସ୍ଥାନକୁ ସେମାନେ ଫେରିଯିବା ଦରକାର ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କୁ ଅପଡେଟ ଦେବ ବୋଲି ମଧ୍ୟ କହିଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.