Loading...

ଋଷ ବିରୋଧରେ ସେନା ମୁତୟନ ପ୍ରକ୍ରିୟା ଆରମ୍ଭ କଲା ନାଟୋ

ଋଷ ବିରୋଧରେ ସେନା ମୁତୟନ ପ୍ରକ୍ରିୟା ଆରମ୍ଭ କଲା ନାଟୋ

ଗୋଟିଏ ପଟେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଆଟଲାଣ୍ଟିକ ସଂଘୀ ସଂଗଠନ ‘ନାଟୋ’ ଋଷ ବିରୋଧରେ ଆକ୍ସନ ମୋଡକୁ ଆସିଛି । ନାଟୋର ୩୦ ଜଣିଆ ନେତା ଏକ ସଂଯୁକ୍ତ ବୟାନରେ କହିଛନ୍ତି କି ଋଷ ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ତ ଏପଟେ ପୂର୍ବ ୟୁରୋପରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାରେ ଲାଗିଛି ।

ଗୋଟିଏ ପଟେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଆଟଲାଣ୍ଟିକ ସଂଘୀ ସଂଗଠନ ‘ନାଟୋ’ ଋଷ ବିରୋଧରେ ଆକ୍ସନ ମୋଡକୁ ଆସିଛି । ନାଟୋର ୩୦ ଜଣିଆ ନେତା ଏକ ସଂଯୁକ୍ତ ବୟାନରେ କହିଛନ୍ତି କି ଋଷ ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ତ ଏପଟେ ପୂର୍ବ ୟୁରୋପରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାରେ ଲାଗିଛି । ଏଭଳି କରି ଋଷ ବିଶ୍ୱକୁ ମୁର୍ଖ ବନାଇବାକୁ ଚେଷ୍ଟା କରୁଥିବା କଥା ସେମାନେ ବୟାନରେ କହିଛନ୍ତି ।ନାଟୋର କହିବା ମୁତାବକ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ନିଷ୍ପତ୍ତି ଏକ ଭୟାନକ ରଣନୀତିକ ଭୂଲ ଅଟେ । ଏନେଇ ଆଗାମୀ ସମୟରେ ଋଷକୁ ଆର୍ଥିକ ଓ ରାଜନୈତିକ ଭାବେ ବହୁ ଦାମ ଦେବାକୁ ପଡିବ । ନାଟୋ ମହାସଚିବ ଜେମ୍ସ ଷ୍ଟେଲଟେନବର୍ଗ କହିଛନ୍ତି କି ୟୁରୋପୀୟ ଦେଶରେ ଋଷ ଶାନ୍ତିଭଙ୍ଗ କରିଛି । ଏହାସହ ନାଟୋ ତରଫରୁ ରାପିଡ ରିଆକ୍ସନ ଫୋର୍ସକୁ ପୂର୍ବ ୟୁରୋପର ସ୍ଥଳ, ଜଳ ଓ ଆକାଶ ସୀମାରେ ନିଯୁକ୍ତ କରିବାରେ ଲାଗିଛି । ନାଟୋର ମହାସଚିବ ଆହୁରି କହିଛନ୍ତି କି ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ଆମେରିକା, କାନାଡା ଓ ୟୁରୋପୀୟ ଦେଶରେ ହଜାର ହଜାର ସୈନିକ ନିଯୁକ୍ତ କରାଯାଇଛି ।

କହିରଖୁ କି, ନାଟୋ ପ୍ରଥମରୁ ସ୍ପଷ୍ଟ କରିଦେଇଥିଲା କି, ୟୁକ୍ରେନ ନାଟୋ ସଂଘର ସଦସ୍ୟ ହୋଇନଥିବାରୁ ୟୁକ୍ରେନକୁ ସେନା ପଠାଇବ ନାହିଁ । ସେପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଉପରେ ୧୧ ଟି ଦେଶ ସମର୍ଥନ ଜଣାଇ ଭୋଟ ଦେଇଛନ୍ତି । ଏହି କ୍ରମରେ ଭାରତ ସଂଯୁକ୍ତ ସୁରକ୍ଷା ପରିଷଦର ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବି ଭୋଟରୁ ବିରତ ରହିଛି । ସେପଟେ ଋଷ ଏହି ପ୍ରସ୍ତାବ ଉପରେ ନିଜର ଭିଟୋ ଶକ୍ତି ବ୍ୟବହାର କରିଛି । କହିରଖୁ କି ୟୁକ୍ରେନ ଉପରେ ଋଷର ସୈନ୍ୟ ଆକ୍ରମଣ ବିରୋଧରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.