Loading...

ଋଷ-ୟୁକ୍ରେନ୍ ବିବାଦ: ଆଜି ଉଭୟ ଦେଶ ମଧ୍ୟରେ ଆଲୋଚନା

ଋଷ-ୟୁକ୍ରେନ୍ ବିବାଦ:  ଆଜି ଉଭୟ ଦେଶ ମଧ୍ୟରେ ଆଲୋଚନା

ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ । ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତବ ଦେଇଛି ।

ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ । ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତବ ଦେଇଛି । ଯଦି ପ୍ରସ୍ତାବ ଅନୁସାରେ ଉଭୟ ଦେଶ ଆଲୋଚନା ଟେବୁଲକୁ ଆସନ୍ତି ତେବେ ବେଲାରୁଷରେ ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ହେବ । ସେପଟେ ପୁଣି ଜରୁରୀ ବୈଠକ ଡାକିଛି ମିଳିତ ଜାତିସଂଘ । କିନ୍ତୁ ମିଳିତ ଜାତୀସଂଘ ଡାକିଥିବା ବୈଠକରେ ଭାରତ ଏବଂ ଚୀନ୍ ପୂର୍ବଭଳି ଦୂରତା ବଜାୟ ରଖିଛନ୍ତି ।ଋଷ-ୟୁକ୍ରେନ୍ ଭିତରେ ଜଳୁଥିବା ନିଆଁ ଶୀଘ୍ର ଲିଭିଯାଉ ବୋଲି ସମସ୍ତେ ଚାହୁଁଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇସାରିଲାଣି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଋଷ ଆକ୍ରମଣରେ ପ୍ରାୟ ୧୪ଜଣ ପିଲା ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ୟୁକ୍ରେନରେ ସ୍ଥିତି ସଂଗୀନ ରହିଛି । ୟୁକ୍ରେନର ରାଜଧାନୀ କିବକୁ କବଜା କରିବା ପାଇଁ ଋଷର ପ୍ରୟାସ ଜାରି ରହିଛି । ତେଣୁ ଉଭୟ ଦେଶ ମଧ୍ୟରେ ଜଳୁଥିବା ନିଆଁ ଶୀଘ୍ର ଥଣ୍ଡା ନହେଲେ ଆଗକୁ ଭୟଙ୍କର ରୂପ ନେଇପାରେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.