Loading...

ଆଜି ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ

ଆଜି ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ

ଆଜି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫେବ୍ରୁଆରୀ ୨୪ରେ ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ରୁଷର ଏହା ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ ।

ଆଜି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫେବ୍ରୁଆରୀ ୨୪ରେ ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ରୁଷର ଏହା ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ । ଲାଭରୋଭ ବର୍ତ୍ତମାନ ଦୁଇଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି । ଚୀନ୍‌ରୁ ସେ ସିଧାସଳଖ ଭାରତରେ ପହଞ୍ଚିବେ । ଅନ୍ୟପକ୍ଷରେ ବ୍ରିଟେନ୍‌ର ବିଦେଶ ସଚିବ ଲିଜ୍‌ ଟ୍ରୁସ୍‌ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

ୟୁକ୍ରେନ୍‌ ଉପରେ ହମ୍‌ଲାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିସାରିଥିବା ବେଳେ ଚୀନ୍‌ ଓ ଭାରତ ଚୁପ୍‌ ରହିଛନ୍ତି । ଜାତିସଂଘରେ ରୁଷ ବିରୋଧୀ ଭୋଟିଂରୁ ଭାରତ ବାରମ୍ବାର ଦୂରେଇଛି । ଏହାକୁ ନେଇ ଆମେରିକା ଓ ବ୍ରିଟେନ୍‌ ଭଳି ଦେଶ ଭାରତକୁ ସମାଲୋଚନା କରୁଛନ୍ତି । ଏ ପରିସ୍ଥିତିରେ ଲାଭରୋଭଙ୍କ ଭାରତ ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.