ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ପୂର୍ବ ୟୁକ୍ରେନର ଗୋଟିଏ ସହର ଉପରେ ରୁଷ ସେନା ଘନଘନ ବୋମା ମାଡ଼ କରିବାରୁ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୫ ଜଣ ଆହତ ହୋଇଛନ୍ତି।ରୁଷର ବୋମା ଖାରକିଭ ନିକଟରେ ଥିବା ମେରେଫା ସହରର ଗୋଟିଏ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ପଡ଼ିବାରୁ ଏପରି ଅଘଟଣ ଘଟିଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୨ତମ ଦିନରେ ପହଞ୍ଚିଛି। ଏହି ୨୨ ଦିନ ମଧ୍ୟରେ ରୁଷର ହମଲା ଯୋଗୁ ୟୁକ୍ରେନର ପ୍ରାୟ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି। ଏସବୁ ଭିତରେ ଆଜି ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ପୂର୍ବ ୟୁକ୍ରେନର ଗୋଟିଏ ସହର ଉପରେ ରୁଷ ସେନା ଘନଘନ ବୋମା ମାଡ଼ କରିବାରୁ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୫ ଜଣ ଆହତ ହୋଇଛନ୍ତି।ରୁଷର ବୋମା ଖାରକିଭ ନିକଟରେ ଥିବା ମେରେଫା ସହରର ଗୋଟିଏ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ପଡ଼ିବାରୁ ଏପରି ଅଘଟଣ ଘଟିଛି। ବୋମା ମାଡ଼ରେ ବହୁତଳ ବିଶିଷ୍ଟ ବିଲଡିଂ ଧ୍ୱଂସ ହୋଇଯାଇଛି। ଏଥିରେ ନିଆଁ ଲାଗି ଯିବା ସହ ବିଲଡିଂର ଉପର ଭାଗ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ବେଳର ଫଟୋ ସାମ୍ନାକୁ ଆସିଛି।
ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ବିଲଡିଂର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଏଥିଯୋଗୁ ୨୧ ଜଣଙ୍କ ଜୀବନ ଯାଇଛି ଓ ୨୫ ଜଣ ଆହତ ହୋଇଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍ତ ସହର ହେଉଛି ଖାରକିଭ। ଏହାଠାରୁ ୩୦ କିମି ଦୂରରେ ମେରେଫ ସହର ରହିଛି। ରୁଷ ସେନା ଦୀର୍ଘ ଦିନ ହେଲେ ଖାରକିଭ ଉପରେ ହମଲା କରି ଚାଲିଛନ୍ତି। ସହର ଏକପ୍ରକାରର ଧ୍ୱଂସ ହୋଇଯାଇଥିଲେ ମଧ୍ୟ ରୁଷ ସେନା ଏହାକୁ ସଂପୂର୍ଣ୍ଣ ଭାବେ ଦଖଲ କରି ପାରିନାହାନ୍ତି। ଏବେ ସହରର ବିଭିନ୍ନ ପ୍ରାନ୍ତରେ ୟୁକ୍ରେନ ସେନା ରୁଷର କଡ଼ା ମୁକାବିଲା କରୁଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।