Loading...

ମାରିୟୁପୋଲ ସହର ଉପରେ ପୁଟିନ ସେନାର ବୋମା ବର୍ଷା

ମାରିୟୁପୋଲ ସହର ଉପରେ ପୁଟିନ ସେନାର ବୋମା ବର୍ଷା

୨୮ଦିନରେ ପହଁଚିଛି ୟୁକ୍ରେନ-ରୁଷ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନବାହୀନି ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରୁଥିବାବେଳେ ମାକାରିଭ ଓ ମାରିୟୁପୋଲକୁ କବଜା କରିଥିବା ଲକ୍ଷ୍ୟରେ ଆକ୍ରମଣ ବୃଦ୍ଧି କରିଛି ।

୨୮ଦିନରେ ପହଁଚିଛି ୟୁକ୍ରେନ-ରୁଷ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନବାହୀନି ଗୋଟେ ପରେ ଗୋଟେ ସହରକୁ ଅକ୍ତିଆର କରୁଥିବାବେଳେ ମାକାରିଭ ଓ ମାରିୟୁପୋଲକୁ କବଜା କରିଥିବା ଲକ୍ଷ୍ୟରେ ଆକ୍ରମଣ ବୃଦ୍ଧି କରିଛି । ସେପଟେ ରାଜଧାନୀ କିଭକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ୟୁକ୍ରେନ । ଏହା ଭିତରେ ରୁଷ ସେନାର ମୁଖପାତ୍ର ଡିମିତ୍ରୀ ପେସକୋଭ୍ କହିଛନ୍ତି ଯଦି ଦେଶ କୌଣସି ବିପଦର ସମ୍ମୁଖୀନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ।

 

ରୁଷ୍‌ ଗତ ୨ ଦିନ ମଧ୍ୟରେ ଯୁଦ୍ଧ ବିମାନ ଉଡ଼ାଣ ବଢ଼ାଇଛି । ଗତ ୨୪ ଘଣ୍ଟାରେ ରୁଷ୍‌ ୩୦୦ ଥର ଯୁଦ୍ଧ ବିମାନରୁ ଆକ୍ରମଣ କରିଛି । ୟୁଦ୍ଧ ଆରମ୍ଭଠାରୁ ଏଯାବତ୍‌ ରୁଷ୍‌ ୧୧୦୦ ଥର କ୍ଷେପଣାସ୍ତ୍ର ମାଡ଼ କରିଛି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ଅତି ଖରାପ୍‌ ସମୟ ଏବେ ମଧ୍ୟ ଆସିନାହିଁ । ରୁଷ୍‌ ନିଜର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରଗୁଡ଼ିକୁ ୟୁକ୍ରେନ୍‌ରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲ୍‌ରେ ଆତ୍ମସମର୍ପଣ ପାଇଁ ରୁଷ୍‌ର ଦାବିକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରିବାଦ୍ବାରା ରୁଷ୍‌ ଆକ୍ରମଣ ଜୋରଦାର କରିଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.