Loading...

ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବାକୁ ୬ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବ ଋଷ

ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବାକୁ ୬ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବ ଋଷ

ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ଏଥିରେ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଇଛି । ଏବଂ ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି ।

ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ଏଥିରେ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଇଛି । ଏବଂ ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନର ଆଖପାଖ ଦେଶର ବର୍ଡକୁ ଅଣାଯାଇପାରିବ ।

ୟୁକ୍ରେନର ସହର ଖାରକିବରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ବ୍ଲାଦମୀର ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.