News

ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ହରିୟାଣାର ଗୁରୁଗ୍ରାମ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାରେ ସ୍କୁଲ୍‌ର ଜଣେ ଛାତ୍ରକୁ ସିବିଆଇ ଗିରଫ କରିବା ପରେ ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ଏକାଦଶ ଶ୍ରେଣୀର ଏହି ଅଭିଯୁକ୍ତ ଛାତ୍ର ସ୍ୱୀକାର କରିଛି ଯେ ସେ ହିଁ ହତ୍ୟା କରିଛି। ଗତକାଲି ସିବିଆଇ ଉକ୍ତ ବିଦ୍ୟାର୍ଥୀକୁ ଗିରଫ କରିବାପରେ ତା’କୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଇଥିଲା।

ସିବିଆଇ ପ୍ରବକ୍ତା କହିଛନ୍ତି ଯେ ଅଭିଯୁକ୍ତ ଛାତ୍ର ପଢ଼ାରେ ଖୁବ୍‌ ଦୁର୍ବଳ ଥିଲା। ସେ କେବଳ ପରୀକ୍ଷା ଘୁଞ୍ଚାଇବା ଲାଗି ଏହି ହତ୍ୟାକାଣ୍ଡ ନେଇ ପୂର୍ବରୁ ଚକ୍ରାନ୍ତ କରିଥିଲା। ତେବେ ନିର୍ଦ୍ଦିଷ୍ଟ ଭାବେ ପ୍ରଦ୍ୟୁମ୍ନକୁ ହତ୍ୟା କରିବାର ଚକ୍ରାନ୍ତ ତା’ ମୁଣ୍ଡରେ ନଥିଲା। ପ୍ରଦ୍ୟୁମ୍ନ କେବଳ ତା’ ଚକ୍ରାନ୍ତର ଶିକାର ହୋଇଗଲା। ଅଭିଯୁକ୍ତ ଛାତ୍ର ପ୍ରଦ୍ୟୁମ୍ନକୁ କିଛି ଲୋଭ ଦେଖାଇ ଟଏଲେଟ୍‌କୁ ନେଇଯାଇଥିଲା ଏବଂ ଗୋଟିଏ ମିନିଟ୍‌ ମଧ୍ୟରେ ହିଁ ପ୍ରଦ୍ୟୁମ୍ନର ତଣ୍ଟି କାଟି ହତ୍ୟା କରିଥିଲା।

ତେବେ ଏହି ଛୁରି ସେ କେଉଁଠୁ ଆଣିଲା ଏବଂ ହତ୍ୟାର କେତେଦିନ ପୂର୍ବରୁ ସେ ଛୁରି ପାଖରେ ରଖିଥିଲା ସେନେଇ ସିବିଆଇ ତଦନ୍ତ ଜାରି ରଖିଛି ।  ଅଧିକ ତଥ୍ୟ ପାଇଁ ପୁଲିସ ତଦନ୍ତ କରୁଛି ।

ଅନ୍ୟପକ୍ଷରେ ରିୟାନ୍‌ ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ସ୍କୁଲ୍‌ର ୭ ବର୍ଷିୟ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ବସ୍‌ କଣ୍ଡକ୍ଟର୍‌ ଅଶୋକ କୁମାରଙ୍କ ବାପା ହରିୟାନା ପୁଲିସ ଅଧିକାରୀଙ୍କ ବିରୋଧରେ କେସ୍‌ ଫାଇଲ୍‌ କରି ପାରନ୍ତି।

ଅଶୋକଙ୍କ ବାପା ଅମିରଚାନ୍ଦ କହିଛନ୍ତି ଯେ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ମାମଲାରେ ସିବିଆଇ ୧୬ ବର୍ଷିୟ ଛାତ୍ରଙ୍କୁ ଗିରଫ କରିବା ପରେ ତାଙ୍କ ପରିବାର କେସ୍‌ ଦାଏର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏବେ ସ୍ପଷ୍ଟ ହୋଇ ଯାଇଛି ଯେ ମୋ ପୁଅ ଅଶୋକକୁ ଯୋଜନାବଦ୍ଧ ଭାବେ ସଂଶ୍ଳିଷ୍ଟ କରାଯାଇ ବଳି ପାଇଁ ଉଦ୍ଦିଷ୍ଟ ଛେଳି କରାଇ ଦିଆଯାଇଛି। ଏ ଯୋଜନା କରିଥିବା ଏବଂ ନିର୍ଯାତନା ଦେବା ସହ ଅପରାଧ କରିଥିବା କଥା ଗଣମାଧ୍ୟମ ସାମ୍ନାରେ ସ୍ୱୀକାର କରାଇବାକୁ ତାକୁ ନିଶା ଦେଇଥିବା ଗୁରୁଗ୍ରାମ ପୁଲିସ ଏସ୍‌ଆଇଟିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ଅମିରଚାନ୍ଦ କହିଛନ୍ତି।

ସେ ପୁଣି କହିଛନ୍ତି, କେସ୍‌ ଫାଇଲ୍‌ କରିବା ନିମନ୍ତେ ତାଙ୍କ ପରିବାର ଗ୍ରାମବାସୀଙ୍କଠାରୁ ଅର୍ଥ ଆଦାୟ କରୁଛି। ଅଶୋକ ପାଇଁ ନ୍ୟାୟ ଦାବି କରିବା ସହ ଦାୟିତ୍ୱହୀନ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହି ସେମାନେ ଆମକୁ ସହଯୋଗ କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ, ଗତ ସେପ୍ଟେମ୍ବର ୮ ତାରିଖରେ ର‍୍ୟାନ୍‌ ସ୍କୁଲ୍‌ ପରିସରରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନକୁ ତଣ୍ଟି କାଟି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ଗୁରୁଗ୍ରାମ ପୁଲିସ ପ୍ରଥମେ ସ୍କୁଲ୍‌ ବସ୍‌ କଣ୍ଡକ୍ଟରକୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ସିବିଆଇ ତଦନ୍ତରେ ଭିନ୍ନ ମୋଡ଼ ଆଣି ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ଛାତ୍ର ହିଁ ପ୍ରଦ୍ୟୁମ୍ନର ହତ୍ୟାକାରୀ ବୋଲି କହିଛି।

ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା,  ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ପଢନ୍ତୁ, ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

Related posts

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ENO Beuro

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ENO Beuro

ଓଡ଼ିଶାକୁ ବାଜପେୟୀଙ୍କ ଅମୂଲ୍ୟ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More