POLITICALS

ଗୁଜରାଟରୁ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଏସ ଜୟଶଙ୍କର

Jaysankar 750x430

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର  ଆଜି ଗୁଜୁରାଟର ଗାନ୍ଧୀ ନଗରରେ ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଅମିତ ଶାହ ଓ ସ୍ମୃତି ଇରାନୀ  ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟର ଦୁଇଟି ରାଜ୍ୟସଭା ଆସନ ଖାଲି ରହିଛି ।ସଂସଦ ଭବନ ପରିସରରେ ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ମିଶିବାର କିଛି ଘଣ୍ଟା ପରେ ଜୟଶଙ୍କରଙ୍କୁ ଗୁଜରାଟ ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି।

ଜଣେ କୂଟନୀତିଜ୍ଞ ଭାବେ ଜୟଶଙ୍କରଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୭୭ ବ୍ୟାଚ୍ର ଏହି ଭାରତୀୟ ବିଦେଶ ସେବା ଅଧିକାରୀ ପୂର୍ବରୁ ବିଦେଶ ସଚିବ ଥିଲେ। ଜୟଶଙ୍କର ହେଉଛନ୍ତି ଜଣାଶୁଣା ରଣନୀତିକାର ସୁବ୍ରମଣ୍ୟମଙ୍କ ସୁପୁତ୍ର। ଜୟଶଙ୍କର ମୋଦୀଙ୍କର ଜଣେ ଘନିଷ୍ଠ ସହଯୋଗୀ। ବିଦେଶ ବ୍ୟାପାର କ୍ଷେତ୍ରରେ ସେ ମୋଦୀଙ୍କର ଜଣେ କ୍ରାଇସିସ୍ ମ୍ୟାନେଜର  ଭାବେ ଜଣାଶୁଣା।

ପଢନ୍ତୁ: କର୍ମଚାରୀଙ୍କୁ ଦରମା ଦେବାକୁ ବିଏସ୍‌ଏନ୍‌ଏଲ୍‌ ପାଖେ ଟଙ୍କା ନାହିଁ

Related posts

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Ratnamani Moharana

ଡାକ୍ତରଖାନାରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର

Ratnamani Moharana

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Ratnamani Moharana

Leave a Comment