ସାବରୀମାଳାରେ ମହିଳାଙ୍କ ପ୍ରବେଶର ପ୍ରତିବାଦ: କେରଳରେ ପୋଡାଜଳା,ଛୁରାମାଡ

temple

ଜଣେ ମୃତ, ୩ ବିଜେପି କର୍ମୀଙ୍କୁ ଛୁରାମାଡ

କେରଳରେ ତେଜିଲା ସବରିମାଳା ବିବାଦ। ପରମ୍ପରା ଭଙ୍ଗକରି ମନ୍ଦିରର ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟ ପଡୁଛି ଉଠୁଛି। ରାଜ୍ୟବ୍ୟାପୀ ବ୍ୟାପକ ହିଂସାବେଳେ ଆଉ ଜଣେ ଶ୍ରୀଲଙ୍କାର ମହିଳା ଶଶିକଳା ଓ ତାଙ୍କ ସ୍ବାମୀ ୧୮ଟି ପାହାଡ ଡେଇଁ ମନ୍ଦିରର ପ୍ରବେଶ କରିଛନ୍ତି। ଗତକାଲି ମନ୍ଦିର ବନ୍ଦ ହେବାର ଠିକ୍ ପୂର୍ବରୁ ରାତି ୧୦.୫୫ରେ ସେ ଆୟପ୍ପାଙ୍କୁ ଦର୍ଶନ କରିଥିବା କୁହାଯାଇଛି।

temple

ମନ୍ଦିରରେ ୫୦ ବର୍ଷରୁ କମ୍ ବୟସର ୨ ଜଣ ମହିଳାଙ୍କ ପ୍ରବେଶକୁ ନେଇ ଏହି ହିଂସାକାଣ୍ଡ ଘଟିଛି। ପରମ୍ପରା ରକ୍ଷା ନାଁରେ ସାବରିମାଳା କର୍ମ ସମିତି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ପାଳନ ହୋଇଛି । ବିଜେପି ସମର୍ଥନରେ ସମିତିର ସମର୍ଥକମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି ।

ସୋସିଆଲ ଡେମୋକ୍ରେଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର କର୍ମକର୍ତ୍ତା ସହିତ ଝଗଡ଼ାରେ ଭାରତୀୟ ଜନାତ ପାର୍ଟିର ୩ ଜଣ କର୍ମକର୍ତ୍ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ପ୍ରଦର୍ଶନ ସମୟରେ ୫୫ ବର୍ଷିୟ ଚନ୍ଦନ ଉନ୍ନୀଥନଙ୍କ ମୃତ୍ୟୁ ପରେ ହିଂସା ଆହୁରି ବ୍ୟାପିଥିଲା । ମୃତ ଚନ୍ଦନ ଥିଲେ ଶାବରୀମାଲା କର୍ମା ସମିତିର କର୍ମକର୍ତ୍ତା । ସିପିଏମ୍‌ କର୍ମକର୍ତ୍ତାଙ୍କ ପଥରମାଡ଼ରେ ଚନ୍ଦନ ଆହତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ହିଂସାରେ ଆକ୍ରମଣ ଯୋଗୁଁ ଚନ୍ଦନଙ୍କ ମୃତ୍ୟୁ ଘଟିଛି ।

ପଢନ୍ତୁ;  ପ୍ରସ୍ତୁତ କରନ୍ତୁ ସେଓ ଜିଲାପି ! ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More