Entertainment

ବନ୍ଦ ହେବ ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’

ସୋ’କୁ ବନ୍ଦ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ଦୀର୍ଘ ସମୟ ଧରି ଚାଲି ଆସୁଥିବା ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’ ବନ୍ଦ ହେବାକୁ ଯାଉଛି । କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ, ଶୁଣିବାକୁ ମିଳୁଛି କି ଚ୍ୟାନେଲର ନିର୍ମାଣକାରୀ ଏହି ସୋ’କୁ ତୁରନ୍ତ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଏହି ସୋ ଲାଇଫ ଓକେ ଚ୍ୟାନେଲରେ ଆସୁଥିଲା, ମାତ୍ର ପରେ ଏହା ଷ୍ଟାର ଭାରତ ଚ୍ୟାନେଲରେ ପ୍ରସାରଣ କରାଗଲା ।ଦେଖିବାକୁ ଗଲେ ଏହି ସୋର ଟିଆରପି ସବୁବେଳେ ଉଚ୍ଚ ସ୍ତରରେ ରହି ଆସିଛି ।

ଖବର ଅନୁସାରେ , ଏହି ସୋରେ ଦେଖାଯାଉଥିବା କାହାଣୀ ପାଇଁ ହିଁ ବନ୍ଦ କରିବାକୁ ନିସ୍ପତି ନେଇଛନ୍ତି । ଏଥି ପାଇଁ ଅନେକ ସମୟରେ ଅଭିଯୋଗ ମଧ୍ୟ  ଆସୁଛି । ସାବଧାନ ଇଣ୍ଡିଆର କାହାଣୀକୁ ନେଇ ଲଗାତାର ଅଭିଯୋଗ ଆସିବାରେ ଲାଗିଛି । ଏହି ସୋ’ରେ ଅପରାଧ ଘଟଣା ଗୁଡିକୁ ଦେଖାଇବାର ଶୈଳୀ ଉପରେ ପ୍ରଶ୍ନ ଉଠୁଛି । ଏହି କାରଣରୁ ଚ୍ୟାନେଲ ତୁରନ୍ତ ଏହି ସୋ’କୁ ବନ୍ଦ କରିବାର ନିର୍ଣ୍ଣୟ ନେଇଛି ।

ବର୍ତ୍ତମାନ ଚ୍ୟାନେଲ ଏକ ନୂଆ ପଲିସିର ଚୟନ କରିଛନ୍ତି । ନୂଆ ପଲିସି ଅନୁସାରେ ଷ୍ଟାର ଭାରତ ଏପରି ସୋ ପ୍ରସାରଣ କରିବ ଯାହା ଉଭୟ ସହର ଏବଂ ଗ୍ରାମୀଣ କ୍ଷେତ୍ରର ଦର୍ଶକମାନଙ୍କୁ ପସନ୍ଦ ଆସିବ । ଏହି ସୋ’ରେ ପ୍ରସାରଣ କରାଯାଉଥିବା ଅପରାଧୀକ କାହାଣୀକୁ ନେଇ ଚ୍ୟାନେଲକୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ସୋ’କୁ ବନ୍ଦ କରିବାର ନିର୍ଣ୍ଣୟ ନେଇଛନ୍ତି । ଚାରି ବର୍ଷ ଧରି ଦର୍ଶକଙ୍କର ମନପସନ୍ଦ ସୋ ହେବା ସତ୍ୱେ ଏହି ସୋ’କୁ ବନ୍ଦ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପଢନ୍ତୁ ;

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

Related posts

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ

ENO Beuro

ୟେ ହୈ ମୋହବତେଁରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ନୂଆ ରୂପ

ENO Beuro

୫୩ ବର୍ଷ ବୟସରେ ପାଦ ରଖିଲେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌

ENO Beuro

Leave a Comment