କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ହୋଇଛି । ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବଶେକୁ ନେଇ ପୂର୍ବରୁ ଲାଗିଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି ।
ସୁପ୍ରିମକୋର୍ଟର ଏହି ଐତିହାସିକ ରାୟ ପରେ ସାବରୀମାଳା ମନ୍ଦିରର କବାଟ ସବୁ ବୟସର ମହିଳାଙ୍କ ପାଇଁ ଖୋଲା ହୋଇଯାଇଛି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଖନବିଲକର, ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ୍ ନରୀମନଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠରେ ଏପରି ଘୋଷଣା କରିଛନ୍ତି।
ପୂର୍ବରୁ ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ବୟସ୍କ ମହିଳାଙ୍କ ପାଇଁ ମନ୍ଦିରରେ ପ୍ରବେଶକୁ ବାରଣ କରାଯାଉଥିଲା। ଏହି ପରମ୍ପରା ଏଠାରେ ଅତି ପ୍ରାଚୀନ କାଳରୁ ପ୍ରଚଳିତ। ତେବେ ଉଚ୍ଚ ଅଦାଲତଙ୍କ ଏହି ରାୟ ଦ୍ୱାରା ଏଣିକି ସବୁବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିପାରିବେ। ମନ୍ଦିରରେ ପ୍ରବେଶ ପାଇଁ ୪୧ ଦିନର କଠୋର ବ୍ରତ କରିବାକୁ ପଡ଼ିଥାଏ। ମାତ୍ର ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁ ଏଭଳି ବ୍ରତ ସମ୍ଭବ ହୋଇ ନ ଥାଏ। ତେଣୁ ଏହି ବର୍ଗର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ବାରଣ କରାଯାଇଥାଏ।
ପଢନ୍ତୁ; ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା