Movie News

୪ ବର୍ଷର ବ୍ୟବଧାନ, ସାର୍ଥକ ପାଇଁ ଆଉଥରେ ସଫଳତା ଆଣିବ ତ?

ସବ୍ୟସାଚୀ ମିଶ୍ର, ପରିଚୟ ଦେବାକୁ ବି ପଡିବନି । କାରଣ ସେ ଘରେ ଘରେ ପରିଚିତ । ଓଲିଉଡର ବହୁ ଆଗଧାଡିର ନାୟକଙ୍କ ଭିତରୁ ଜଣେ ହେଉଛନ୍ତି ସବ୍ୟସାଚୀ  । ବହୁ ବଡ ବଡ ବ୍ୟାନରରେ ସିଏ କାମ କରିସାରିଛନ୍ତି । ତେବେ ଏବେ ସେ ପ୍ରାୟ ୪ ବର୍ଷ ପରେ ପୁଣିଥରେ ଏକ ଜଣାଶୁଣା ପ୍ରଯୋଜନା ସଂସ୍ଥା ସାର୍ଥକ ର ବ୍ୟାନରକୁ ଫେରିଛନ୍ତି ।

ଏଠାରେ ଯେଉଁ ପ୍ରଯୋଜନା କଥା କୁହାଯାଇଛି ତାହା ହେଲା ସାର୍ଥକ । “ପାଗଳ କରିଛି ପାଉଁଜି ତୋର” ହେଉଛି ପ୍ରଯୋଜନା ସଂସ୍ଥାର ପ୍ରଥମ ଓଡିଆ ଛବି, ଏହାଦ୍ବାରା ହିଁ ସାର୍ଥକ ତା’ର ଚଳଚ୍ଚିତ୍ର ଦୁନିଆର ଶୁଭାରମ୍ଭ କରିଥିଲା । କିନ୍ତୁ ଅନ୍ୟ ଏକ ଓଡିଆ ଛବି “ଆକାଶେ କି ରଙ୍ଗ ଲାଗିଲା” ପ୍ରଥମେ ଏହି ବ୍ୟାନରରେ ମୁକ୍ତିଲାଭ କରିଥିଲା ।

୨୦୦୯ରେ ମୁକ୍ତିଲାଭ କରିଥିବା ପାଗଳ କରିଛି ପାଉଁଜି ତୋର, ସାର୍ଥକର ନୂଆ ସିନେମା ହେଇଥିବା ସ୍ଥଳେ ଏହି ବ୍ୟାନରରେ ସବ୍ୟସାଚୀଙ୍କର ମଧ୍ୟ ପ୍ରଥମ ସିନେମା । ତେଣୁ ସାର୍ଥକ ତାର ଚଳଚ୍ଚିତ୍ର ଜଗତର ପ୍ରଥମ ଶୁଭାରମ୍ଭ ସବ୍ୟସାଚୀଙ୍କ ସହ ହିଁ ଆରମ୍ଭ କରିଥିଲା । ୪ ବର୍ଷ ପରେ ଅର୍ଥାତ ୨୦୧୩ ରେ ମୁକ୍ତିଲାଭ କରିଥିବା “ମୁଁ ଏକା ତୁମର” ସିନେମାଟି ମଧ୍ୟ ସବ୍ୟସାଚୀଙ୍କର ଓ ଏହାର ପ୍ରଯୋଜନା ସଂସ୍ଥା ଥିଲା ସାର୍ଥକ ।  ଉଭୟ ସିନେମାକୁ ସିନେପ୍ରେମୀ ମାନେ ପସନ୍ଦ କରିବା ସହିତ ବ୍ୟବସାୟିକ ସଫଳତା ମଧ୍ୟ ମିଳିଥିଲା । ଉଭୟ ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଚୁଲବୁଲି ଅର୍ଚ୍ଚିତା ସାହୁ ।

ପୁଣି ଚାରିବର୍ଷ ପରେ ସବ୍ୟସାଚୀ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କ ସହ କାମ କରୁଛନ୍ତି । ହଁ ଏବେ ସାର୍ଥକ ବ୍ୟାନରର ନୂଆ ସିନେମାର ନାୟକ ଭୂମିକା ନିଭାଉଛନ୍ତି ସବ୍ୟସାଚୀ ।  ଏହି ନୂଆ ଓଡିଆ ସିନେମାରେ ପ୍ରଥମ ଥର ପାଇଁ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ବନିଛନ୍ତି ଏଲିନା ସାମନ୍ତରାୟ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି “କାବୁଲା ବାରବୁଲା” ନିର୍ଦେଶକ ରମେଶ ରାଉତ । ତେବେ ପୂର୍ବରୁ  ଚାରିବର୍ଷ ବ୍ୟବଧାନରେ ଆସିଥିବା ସବ୍ୟସାଚୀ ସାର୍ଥକକୁ ଲଗାତାର ସଫଳତା ଦେଇଆସିଛନ୍ତି । ତେଣୁ ଏହି ସିନେମା ଅଧିକ ସଫଳ ହେବବୋଲି ସମସ୍ତେ ଆଶା କରୁଛନ୍ତି ।

୪ ବର୍ଷର ବ୍ୟବଧାନ, ସାର୍ଥକ ପାଇଁ ଆଉଥରେ ସଫଳତା ଆଣିବ ତ  ୪ ବର୍ଷର ବ୍ୟବଧାନ, ସାର୍ଥକ ପାଇଁ ଆଉଥରେ ସଫଳତା ଆଣିବ ତ?

ପଢନ୍ତୁ, ମୁନ ଟିଭି ମୁଭିଜ ପ୍ରଯୋଜିତ ନୂଆ ଓଡିଆ ଚଳଚ୍ଚିତ୍ର ବଜରଙ୍ଗୀ ଅଡ଼ିଓ ରିଲିଜ

Related posts

Dussehra Special Two Odia Films Featuring Double Heroes and Double Heroines

Jitendra

Taranga Cine Production Presenting Two Odia Movies In Raja Festival

ENO Beuro

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More