SPORTS

ସଚିନଙ୍କ ବଦାନ୍ୟତା:ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ୬ ବର୍ଷର ଦରମା!

ସଚିନ ଦାନକଲେ ସାଂସଦ କାଳର ସମସ୍ତ ଦରମା

ଏକଦା କ୍ରିକେଟ୍‌ ମଇଦାନରେ ବୋଲର୍‌ଙ୍କ ନିଦ ହଜାଇଥିବା ସଚିନ ତେନ୍ଦୁଲକର ସ୍ଵଭାବରେ ଅତ୍ୟନ୍ତ ନରମ ଏବଂ ସରଳ ବୋଲି ପରିଚିତ। ବର୍ତ୍ତମାନ ଏହି ପ୍ରଖ୍ୟାତ କ୍ରିକେଟର୍‌ଙ୍କ ବଦାନ୍ୟତା ସାମ୍ନାକୁ ଆସିଛି। ୬ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସଭା ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦାନ କରିଛନ୍ତି ସଚିନ ତେନ୍ଦୁଲକର।

ସମସ୍ତ ଟଙ୍କା ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ନିକଟରେ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ପୂରଣ କରିଥିଲେ ଏହି ମହାନ କ୍ରିକେଟର। ନିଜର ୬ବର୍ଷ କାର୍ଯ୍ୟକାଳ ମଧ୍ୟରେ ସଚିନ ପ୍ରାୟ ୯୦ ଲକ୍ଷ ଟଙ୍କା ଦରମା ଓ ଅନ୍ୟାନ୍ୟ ଭତା ନେଇଥିଲେ । ତେବେ ଦାନଟଙ୍କା ପାଇବା ପରେ ପିଏମଓ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସଚିନ ତେନ୍ଦୁଲକରଙ୍କ ସହାନୁଭୂତିକୁ ପିଏମଓ ପକ୍ଷରୁ ପ୍ରଶଂସା କରାଯାଇଛି।

ରାଜ୍ୟସଭା ସାଂସଦ ଥିବା ସମୟରେ ସଚିନ୍‌ ଗୃହରେ ମାତ୍ରାଧିକ ସମୟ ଅନୁପସ୍ଥିତ ରହିଥିବା କାରଣରୁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଥିଲା। ତେବେ ସେ ତାଙ୍କର ଧାର୍ଯ୍ୟ ସାଂସଦ ପାଣ୍ଠିକୁ ଠିକ୍‌ରେ ବିନିଯୋଗ କରି ମଧ୍ୟ ପ୍ରଶଂସା ସାଉଁଟିଥିଲେ। ସାଂସଦଙ୍କ ଆଦର୍ଶ ଗ୍ରାମ ଯୋଜନାରେ ସେ ମଧ୍ୟ ଆନ୍ଧ୍ରପ୍ରଦେଶର ପୁତ୍ତମ୍‌ ରାଜୁ କାନ୍ଦ୍ରିକା ଏବଂ ମହାରାଷ୍ଟ୍ରର ଦୋଞ୍ଜା ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ଦୁଇଟି ଯାକ ଗ୍ରାମର ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ଜଣାଯାଇଛି। ତେବେ ଜନସାଧାରଣଙ୍କ ସେବାରେ ବିନିଯୋଗ ହେବା ଲାଗି ସେ ତାଙ୍କର ସମସ୍ତ ଦରମାକୁ ଏପରି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବା ଘଟଣା ଅନ୍ୟ ସାଂସଦମାନଙ୍କ ପାଇଁ ଆଦର୍ଶ ପାଲଟିଛି।

ପଢନ୍ତୁ; ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ପନିର!

Related posts

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ ପ୍ରଥମ ସଂସ୍କରଣ ଆରମ୍ଭ

ENO Beuro

ମହିଳା ହକି : ଏସିୟା କପ ସେମିଫାଇନାଲ ରେ ଭାରତ ଓ ଜାପାନ ମୁହାଁମୁହିଁ

ENO Beuro

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More