SPORTS

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସଚିନ୍‌ ତେନ୍ଦୁଲକର

Untitled 1

 ଆଇସିସି(ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ) ଭାରତର ଗର୍ବ ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏକ ବଡ ସମ୍ମାନ ପ୍ରଦାନ କରିଛନ୍ତି । ଆଇସିସି ମାଷ୍ଟର ବ୍ଲାଷ୍ଟରଙ୍କୁ ହଲ୍ ଅଫ୍ ଫେମ୍‌ରେ ସାମିଲ କରିଛି ଆଇସିସି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚ୍ଚିନଙ୍କ ବ୍ୟତୀତ ସାଉଥ୍ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର୍ ଏଲନ୍ ଡୋନାଲ୍ଡ୍ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର୍ କ୍ୟାଥେରିନଙ୍କୁ ଗୁରୁବାର ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ସଚ୍ଚିନ ଷଷ୍ଠ ଭାରତୀୟ । ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ଅବସରରେ ସଚିନ କହିଥିଲେ ସେ “ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ୨୦୧୮ରେ ରାହୁଲ ଦ୍ରାବିଡ୍  ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।

ଟେଷ୍ଟ ମ୍ୟାଚ୍‌ରେ ସବୁଠୁ ଅଧିକ ରନ୍‌ କରିବାର ରେକର୍ଡ ତେନ୍ଦୁଲକରଙ୍କ ନାଁରେ ରହିଛି । ୨୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସଚିନ୍‌ ହେଉଛନ୍ତି ବିଶ୍ୱର ଏକମାତ୍ର କ୍ରିକେଟର ।ସେହିପରି ଦିନିକିଆ ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଅଧିକ ରନ୍‌ କରିଥିବା କ୍ରିକେଟର ହେଉଛନ୍ତି ସଚିନ୍‌ ତେନ୍ଦୁଲକର । ସଚିନ୍‌ ୪୬୩ଟି ଦିନିକିଆରୁ ୧୮ ହଜାର ୪୨୬ ରନ୍‌ କରିଛନ୍ତି । ସେହିପରି ସଚିନ୍‌ଙ୍କ ନାଁରେ ରହିଛି ଅନ୍ତର୍ରାଷ୍ଟୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍‌ କରିବାର ରେକର୍ଡ ।ହଲ୍‌ ଅଫ୍‌ ସମ୍ମାନ ପାଇବା ପରେ ସଚିନ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି । ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଟ୍ଵିଟ୍‌ କରି ସଚିନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଚିନ୍‌ଙ୍କ ସହ ପୂର୍ବତନ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଆଲାନ୍‌ ଡୋନାଲ୍ଟ ଓ ଅଷ୍ଟ୍ରେଲିଆର ପୂର୍ବତନ ମହିଳା ପେସ୍‌ ବୋଲର କେଥରିନ୍‌କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି ।

ପଢନ୍ତୁ: ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

Related posts

Roelant Oltmans Discharged As Chief Coach Of The Indian Men’s Hockey Team

ENO Beuro

ମା’ ହେଲେ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା

ENO Beuro

ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

ENO Beuro

Leave a Comment