SPORTS

ସଚିନଙ୍କୁ ଆଇସିସିର ତାଚ୍ଛଲ୍ୟ

London: Indian Legendary Cricketer Sachin Tendulkar During The Final Match Of The 2019 World Cup Between New Zealand And England At The Lord's Cricket Stadium In London, England On July 14, 2019. (photo: Surjeet Yadav/ians)

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ‘ଆଇସିସି’ ତାଚ୍ଛଲ୍ୟ କରିବା ତାଙ୍କ ପ୍ରଶଂସକଙ୍କୁ କ୍ଷୁବ୍ଧ କରିଛି। ସଚିନଙ୍କ ପରିବର୍ତେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସଙ୍କୁ ଆଇସିସି ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ମାନ୍ୟତା ଦେବା ପ୍ରଶଂସକଙ୍କୁ ସବୁଠାରୁ ବେଶି ବାଧିଛି। ସେଥିପାଇଁ ସେମାନେ ଆଇସିସିକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରିଛନ୍ତି।

ଗତ ଜୁଲାଇ ମାସରେ ଅନୁଷ୍ଠିତ ବିଶ୍ବକପ୍ ଫାଇନାଲରେ ଷ୍ଟୋକ୍ସ ୮୪ ରନ୍‌ର ପାଳି ଖେଳି ଇଂଲଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜୟୀ କରିବା ପରେ ଆଇସିସି ସଚିନଙ୍କ ସହ ତାଙ୍କର ଏକ ଫଟୋ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା। ତା’ ତଳେ ଲେଖିଥିଲା ଯେ ସଚିନ ତେନ୍ଦୁଲକରଙ୍କ ସହ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର। ରବିବାର ଷ୍ଟୋକ୍ସ ଅବିଶ୍ବସନୀୟ ଶତକୀୟ ପାଳି ଖେଳି ତୃତୀୟ ଆସେସ୍ ଟେଷ୍ଟରେ ଇଂଲଣ୍ଡକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେବା ପରେ ଆଇସିସି ସେହି ଫଟୋଟିକୁ ପୁନର୍ବାର ପ୍ରକାଶ କରିଛି। ବୁଧବାର ଫଟୋଟିର ପୁନଃ ପ୍ରକାଶ କରି ଆଇସିସି ଲେଖିଛି ଯେ ଆମେ ଆପଣଙ୍କୁ ପୂର୍ବରୁ କହିଥିଲୁ। ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟରଙ୍କ ସହ ସଚିନ। ହେଲେ ୧୫୯୨୧ ଟେଷ୍ଟ ଏବଂ ୧୮୪୨୬ ଦିନିକିଆ ରନ୍ କରିଥିବା ସଚିନଙ୍କ ଅଧିକ ସମ୍ମାନର ହକଦାର। ତାଙ୍କୁ ଅପମାନ କରିବା ଠିକ୍ କଥା ନୁହଁ।

ପଢନ୍ତୁ: ସୁନା ଆଣି ମୋଦିଙ୍କୁ ସାକ୍ଷାତ କଲେ ସୁନା ଝିଅ ପି. ଭି. ସିନ୍ଧୁ

Related posts

ନିଦହାସ ଟ୍ରଫି : ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

ENO Beuro

ହକି ବିଶ୍ଵକପ: ଆଜି ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ENO Beuro

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

ENO Beuro

1 comment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଧୋନି August 30, 2019 at 12:57 pm

[…] ସଚିନଙ୍କୁ ଆଇସିସିର ତାଚ୍ଛଲ୍ୟ […]

Leave a Comment