Loading...

'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର

'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର

ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।

ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଭାରତରେ ଅନଲାଇନ ଜୁଆ ବ୍ୟାନ ଥିବାବେଳେ ଆଇନ ଉଲ୍ଲଙ୍ଘନ କରାଯାଇ ଏହାକୁ ଖେଳାଯାଉଛି । ସେପଟେ ଭାରତ ରତ୍ନ ସଚିନ ତେନ୍ଦୁଲକର ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ଏହି ଖେଳକୁ ପ୍ରୋତ୍ସାହିତ କରୁଛନ୍ତି । ଯାହାକୁ ନେଇ ନାଭି ମୁମ୍ବାଇର ରାଜେନ୍ଦ୍ର ପାଟିଲ ନାମକ ଜଣେ ସାମାଜିକ କର୍ମୀ ଆପତ୍ତି ଉଠାଇଛନ୍ତି । ଏହା ଆଇନର ଉଲ୍ଲଙ୍ଘନ ବୋଲି ଦର୍ଶାଇ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରାଜେନ୍ଦ୍ର।

ସେହିପରି ପିଟିସନରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, 'ଗଡ୍ ଅଫ୍ କ୍ରିକେଟ' ବା କ୍ରିକେଟ ଖେଳର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏଭଳି ବେଟିଂକୁ ପ୍ରୋତ୍ସାହନ କରିବା ନିନ୍ଦନୀୟ । ତାଙ୍କ ଠାରୁ ଏହା ଆଶା କରାଯାଉନଥିଲା । ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଆବେଦନକାରୀ । ତେବେ ବିଜ୍ଞାପନରେ ସଚିନଙ୍କ ସମେତ କ୍ରିକେଟର ସୁରେଶ ରାଇନା, ସୁପରଷ୍ଟାର ଅଜୟ ଦେବଗନ, ମରାଠୀ ସୁପରଷ୍ଟାର ଅଙ୍କୁଷ ଚୌଧୁରୀ, ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅନ୍ନୁ କପୁର, ହ୍ରିତିକ ରୋଶନ, ମନୋଜ ବାଜପେୟୀ, ଶାହାରୁଖ ଖାନ, ମୁନମୁନ ଦତ୍ତ ଏବଂ ସ୍ବପ୍ନୀଲ ଜୋଶୀ ପ୍ରମୋସନ କରିବାର ନଜର ଆସିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.