SPORTS

ଅବିଶ୍ଵସନୀୟ ମାହୋଲ,ମୁଁ ବାକ୍ ଶୂନ୍ୟ: ସଚିନ୍‌ ତେନ୍ଦୁଲକର

କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକର। ହକି ବିଶ୍ଵକପର ଫାଇନାଲ ମ୍ୟାଚରେ ଥିଲେ ମୁଖ୍ୟ ଅତିଥି। ସାରା ଷ୍ଟାଡିୟମ୍‌ରେ ଗୁଞ୍ଜରି ଉଠିଥିଲା ସଚିନ୍‌, ସଚିନ୍‌ରେ । ସଚିନ୍‌ ନିଜେ ମଧ୍ୟ ଏତେ ସଂଖ୍ୟାରେ ଦର୍ଶକ ହକି ମ୍ୟାଚ୍‌ ଦେଖିବାକୁ ଆସିଥିବା ଦେଖି ଅଭିଭୂତ ହୋଇପଡ଼ିଥିଲେ । ଷ୍ଟାଡିୟମ ଭିତରୁ ନିଜେ ସେଲଫି ଉଠାଇ କଳିଙ୍ଗ ଷ୍ଟାଡିୟମରେ ହକିର ରୋମାଞ୍ଚ ସମ୍ପର୍କରେ ଟ୍ଵିଟ୍‌ କରିଥିଲେ ।

ଭାରତର କ୍ରିଡା ବାତାବରଣ ବଦଳୁଛି,କଳିଙ୍ଗ ଷ୍ଟାଡିୟମକୁ ପ୍ରଶଂସା କଲେ

କଳିଙ୍ଗ ଷ୍ଟାଡିୟମରେ ଏତେ ସଂଖ୍ୟକ ଦର୍ଶକ ହକିକୁ ଉପଭୋଗ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସୀ। ହକି ପ୍ରତି ଏତେସଂଖ୍ୟକ ଦର୍ଶକଙ୍କ ଭଲପାଇବାରେ ମୁଁ ଉତ୍‌ଫୁଲ୍ଲିତ। ଏଠାକାର ପରିବେଶ ଅତ୍ୟନ୍ତ ଚିତ୍ତାକର୍ଷକ। ପ୍ରକୃତରେ ଏହାକୁ ବର୍ଣ୍ଣନା କରିବାକୁ ମୋ ନିକଟରେ ଶବ୍ଦ ନାହିଁ। ଓଡ଼ିଶା ସରକାରଙ୍କ ବିନା ସହଯୋଗରେ ଏପରି ଏକ ବିଶ୍ୱକପ୍‌ କେବେ ସମ୍ଭବ ହୋଇ ନ ଥାନ୍ତା। ଏହି ଟୁର୍ନାମେଣ୍ଟ ନିଶ୍ଚିତଭାବେ ଯୁବ ପ୍ରତିଭାଙ୍କୁ ହକି ପ୍ରତି ଆକୃଷ୍ଟ କରିବ। ଦର୍ଶକମାନଙ୍କ କୋଳାହଳ ମୋ ଖେଳ କ୍ୟାରିୟରକୁ ମନେ ପକାଇ ଦେଇଛି ବୋଲି କହିଥିଲେ ସଚିନ।

sachin

ପଢନ୍ତୁ; ଆଜି ନବୀନ ଯିବେ ସୁରଟ,ଯୋଗଦେବେ ‘ଓଡ଼ିଶା ମହୋତ୍ସବ’ରେ

Related posts

ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ENO Beuro

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

ENO Beuro

Odisha Weightlifters Sneha & Jhilli Bag Gold At Gold Coast Commonwealth Games

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More