SPORTS

ପରଲୋକରେ ସଚିନଙ୍କ ଗୁରୁ ରମାକାନ୍ତ ଆଚରେକର୍‌

ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ପିଲାଦିନର କ୍ରିକେଟ୍‌ ପ୍ରଶିକ୍ଷକ ତଥା ଗୁରୁ ରମାକାନ୍ତ ଆଚ୍ରେକରଙ୍କ ପରଲୋକ ଘଟିଛି। ମୁମ୍ବାଇର ଦାଦରସ୍ଥିତ ନିଜ ଶିବାଜୀ ପାର୍କ ବାସଭବନରେ ବୁଧବାର ଏହି ମହାନ୍‌ କ୍ରିକେଟ୍‌ ଗୁରୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ଆରମ୍ଭରୁ ସଚିନ୍‌ ଆଚରକେରଙ୍କଠାରୁ କ୍ରିକେଟ୍‌ ଶିଖିଥିଲେ । ଆଚରେକରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୧୦ରେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ଆଚେରକର ।

RAMAKANT-

କ୍ରିକେଟର ଏବିସିଡି ମୁଁ ତାଙ୍କଠାରୁ ହିଁ ଶିକ୍ଷା କରିଥିଲି। ମୋ ଜୀବନ ପ୍ରତି ତାଙ୍କ ଅବଦାନ ଭାଷାରେ ବ୍ୟାଖ୍ୟା କରିହେବ ନାହିଁ। ସେ ତିଆରି କରିଥିବା ଆଧାର ଉପରେ ମୁଁ ଆଜି ଠିଆ ହେବା ସହ ସଫଳତା ହାସଲ କରିଛି ବୋଲି ସଚିନ ତେନ୍ଦୁଲକର କହିଛନ୍ତି।

କେବଳ ତେନ୍ଦୁଲକର ନୁହନ୍ତି ଆହୁରି ଅନେକ ନାମୀ ଖେଳାଳି ଆଚେରକରଙ୍କ ପାଖରୁ ଶିକ୍ଷା ଗ୍ରହଣ କରିଥିଲେ । ସେମାନେ ହେଉଛନ୍ତି ବିନୋଦ କାମ୍ବଲି, ପ୍ରବୀଣ ଅମ୍ରେ, ସମୀର ଦିଘେ ଏବଂ ବଲବିନ୍ଦର ସିଂହ ସନ୍ଧୁ।

ପଢନ୍ତୁ; ୬କୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ

Related posts

ଭାରତୀୟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ରେକର୍ଡ

ENO Beuro

ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

ENO Beuro

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More