EnewsOdia.Com

କିପରି ପାଳିବେ ସୁରକ୍ଷିତ ଦୀପାବଳି? ଜାଣନ୍ତୁ ବାଣ ଫୁଟାଇବା ବେଳେ କି କି ସତର୍କତା ଅବଲମ୍ବନ କରିବେ

ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆଉ ଏହି ଆନନ୍ଦ ଓ ଉଲ୍ଲାସର ପର୍ବଟିକୁ ମନଭରି ଉପଭୋଗ କରିବାକୁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚଳ ଚଂଚଳ ହୋଇଉଠିଛି । ତେବେ ହସଖୁସିର ଏହି ପର୍ବରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ। ଏଣୁ ସମ୍ପୂର୍ଣ୍ଣ ସୁରକ୍ଷିତ ଦୀପାବଳି ପାଳନ ପାଇଁ  କଣ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

• ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ନ ଫୁଟାଇବାକୁ କୁହାଯିବା ସହ ପାଖରେ ଆଶୁ ଚିକିତ୍ସା ବାକ୍ସ ରଖିବା ଆବଶ୍ୟକ।

• ସାମୂହିକ କାର୍ଯ୍ୟକ୍ରମ ଆୟୋଜନ କଲେ ଜନବସତିଠାରୁ ଦୂରରେ ଥିବା ଖୋଲା ପଡିଆରେ ବାଣ ଫୁଟାଇବା ଜରୁରୀ।

• ଚାଇନା ବାଣ ମାଳରେ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ବାଣ ଫୁଟାଇବା ପରେ ଅବଶେଷଗୁଡିକୁ ପାଣିରେ ବୁଡାଇବା ଆବଶ୍ୟକ।

• ବାଣକୁ ହାତରେ ଧରି ନ ଫୁଟାଇବା ଓ ଅଗ୍ନି ସଂଯୋଗ ପରେ ନିରାପଦ ଦୂରତାରେ ନିଜକୁ ରଖିବାକୁ କୁହାଯାଇଛି।

• ସେହିପରି ହସ୍ପିଟାଲ, ଶିକ୍ଷା ଅନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ, କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷିତ ସମ୍ବେଦନଶୀଳ, ନୀରବ ଓ ନିଷିଦ୍ଧ ସ୍ଥାନରେ ବାଣ ଫୁଟାଇବା ସମ୍ପୂଣ୍ଣ ବର୍ଜନୀୟ।

• ନିରୀହ ପଶୁଙ୍କ ଉପରେ ଆତସବାଜି ପ୍ରୟୋଗ ନ କରିବା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍ ନଂ.୧୦୦ କିମ୍ବା ଦମକଳ କେନ୍ଦ୍ର ନଂ.୧୦୧କୁ ଫୋନ କରିପାରିବେ।

ପଢନ୍ତୁ: ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

ସମ୍ବନ୍ଧିତ ଖବର

ଘରେ ସୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

Ratnamani Maharana

ଜାଣନ୍ତୁ ଥକାପଣ ଦୂର କରାଇବାର ସହଜ ଉପାୟ

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

Ratnamani Maharana

ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

Ratnamani Maharana

ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

Ratnamani Maharana