SPORTS

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

saff

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପ ଆରମ୍ଭ ହୋଇଯାଇଛି। ଏହାର ପ୍ରଥମ ମ୍ୟାଚ୍‍ରେ ଭାରତ ବିପୁଳ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୧୨-୦ ଗୋଲ୍‍ରେ ହରାଇ ଭାରତ ବିପୁଳ ବିଜୟ ହାସଲ କରିଛି। ଭାରତ ପାଇଁ ଶିଲ୍‍କୀ ଦେବୀ ହ୍ୟାଟ୍ରିକ୍‍ ଅର୍ଜନ କରିଥିଲେ।

ମ୍ୟାଚ୍‌ର ଉଭୟାର୍ଦ୍ଧରେ ଭାରତୀୟ ମହିଳା ଦଳ ୬ଟି ଲେଖାଏ ଗୋଲସ୍କୋର କରିଥିଲା। ଭାରତ ପକ୍ଷରୁ ଅଧିନାୟିକା ସିଲ୍କି ଦେବୀ ହ୍ୟାଟ୍ରିକ (ପ୍ରଥମ, ୨୦ତମ ଓ ୪୪ତମ ମିନିଟ୍‌) ଗୋଲସ୍କୋର କରିଥିଲେ। ସେହିଭଳି ଅଭିକା ସିଂ (୧୩ ଓ ୫୮ତମ), ସୁନୀତା ମୁଣ୍ଡା (୪୨ ଓ ୭୯ତମ) ଓ ଅଞ୍ଜୁ (୮୭ ଓ ୯୦ତମ) ଦୁଇଟି ଲେଖାଏ ଏବଂ ଲିଣ୍ଡା କମ୍‌ (୬ଷ୍ଠ), କ୍ରିତିନା ଦେବୀ (୪୭ତମ) ଓ କିରଣ (୭୨ତମ) ଗୋଟିଏ ଲେଖାଏ ବଲ ପ୍ରତିପକ୍ଷ ନେଟ୍‌ ମଧ୍ୟକୁ ପଠାଇବାରେ ସଫଳ ହୋଇଥିଲେ। ଅଧିନାୟିକା ସିଲ୍କି ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଦଳ ପାଇଁ ଗୋଲସ୍କୋର କରି ଖାତା ଖୋଲିଥିଲେ।

saff

ସୂଚନାଯୋଗ୍ୟ, ୧୩ରେ ଆୟୋଜକ ଭୁଟ୍ଟାନ ବିପକ୍ଷରେ ଭାରତ ୨ୟ ମ୍ୟାଚ୍‍ ଖେଳିବ। ଭାରତ ଗ୍ରୁପ୍‍ ‘ଏ’ରେ ଥିବା ବେଳେ ପ୍ରତି ଗ୍ରୁପ୍‍ରୁ ୨ଟି ଲେଖାଏଁ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

 

 

ପଢନ୍ତୁ;ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

Related posts

ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍ !

ENO Beuro

ଆଜିଠୁ ଅଷ୍ଟ୍ରେଲିଆନ ଓପନ୍‌: ଅଭିଯାନ ଆରମ୍ଭ କରିବେ ଫେଡେରର,ଓଜନିଆକି

ENO Beuro

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ENO Beuro

Leave a Comment