Entertainment

ଏକାଠି ନଜର ଆସିବେ ସୈଫ୍-ମାଧବନ୍

୧୭ ବର୍ଷ ପରେ ଏକାଠି ନଜର ଆସିବେ ସୈଫ୍-ମାଧବନ୍

ନବାବ୍ ସୈଫ୍ ଅଲୀ ଖାନ୍ ଓ ଅଭିନେତା ଆର୍.ମାଧବନ୍ ବାସ୍ତବ​‌ରେ ଉତ୍ତମ ବନ୍ଧୁ । ମାଧବନ୍ ମୁମ୍ବାଇ ଆସିଲେ ରୀତିମତ ସୈଫଙ୍କ ଘରକୁ ଯାଉଥିବାବେଳେ ସୈଫ୍ ମଧ୍ୟ ବନ୍ଧୁଙ୍କ ଖାତିରରେ ଆଦୌ ଅବହେଳା କରନ୍ତି ନାହିଁ । ଦୁହିଁଙ୍କ ଘନିଷ୍ଠତା ୨୦୦୧ରେ ‘ରେହନା ହୈ ତେରେ ଦିଲ୍ ମେଁ’ରେ ଏକତ୍ର କାମ କରି ଥିଲେ । ସେ ସମୟରେ ଦୁହିଁଙ୍କ ଭିତରେ ବନ୍ଧୁତା ବଢ଼ିଥିଲା ।

ଏହା ମଧ୍ୟରେ ୧୭ ବର୍ଷ ଅତିବାହିତ ହୋଇଛି ଓ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ମଧ୍ୟ ବଢ଼ିଛି । ପୁନର୍ବାର ଦୁହେଁ ଆନନ୍ଦ ଏଲ ରାୟଙ୍କ ଆଗାମୀ ଚଳଚ୍ଚିତ୍ରରେ ଏକାଠି କାମ କରିବାର ସୁଯୋଗ ପାଇଛନ୍ତି । ଭୂମିକା ଅନୁସାରେ ଦୁହିଁଙ୍କର ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି ।ଦୁହେଁ  ଭୂମିକାକୁ ନେଇ ବହୁତ  ଆଶାବାଦି ଅଛନ୍ତି ।  ଘୋଡ଼ା ଚଢ଼ା, ତରବାରୀ ଚାଳନା ସହ ଅନ୍ୟାନ୍ୟ ତାଲିମ ଇତି ମଧ୍ୟରେ ଆରମ୍ଭ ହୋଇଛି । ଏକ ସାକ୍ଷାତକାରରେ ସୈଫ୍ କହିଛନ୍ତି, ମାଧବନ୍ ଜଣେ ଉଦାର ହୃଦୟର ବ୍ୟକ୍ତି ଓ ସଚ୍ଚୋଟ ବନ୍ଧୁ । ଆମେ ଦୁହେଁ ଖୁବ୍ ଖୁସି ଯେ ଅନେକ ବର୍ଷ ପରେ ପୁଣି ଏକାଠି କାମ କରିବୁ ।

ପଢନ୍ତୁ ;

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

Related posts

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ENO Beuro

ସେଲିବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

Ratnamani Moharana

ମହାଭାରତର ସିରିଜ୍ ପାଇଁ ହେବ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ,ସହ ନିର୍ମାତା ହେବେ ମୁକେଶ ଅମ୍ବାନୀ !

ENO Beuro

Leave a Comment