Entertainment

ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଆଉ ଏକ ବାପା-ଝିଅ ଯୋଡି

ବଲିଉଡର ବଡ ପରଦାରେ ଏକାଠି ନଜର ଆସିବେ ବାପା-ଝିଅ ଯୋଡି। ଏକାଠି ହେବେ ସାରା-ଶୈଫ୍‌। ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କେଦାରନାଥ୍‌’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ସିନେମା ଚଳିତ ବର୍ଷ ନଭେମ୍ବର୨୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ସାରା। ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ସିମ୍ବା’ରିଲିଜ୍‌ ହେଉଛି ଡ଼ିସେମ୍ବର ୨ ତାରିଖରେ।

‘କେଦାରନାଥ’ ଓ ‘ସିମ୍ବା’ ପରେ ସାରା ଅଲ୍ଲୀ ଖାନ୍‌ କେଉଁ ସିନେମାରେ କାମ କରିବେ,ତାକୁ ନେଇ ବେଶ୍‌ କିଛି ଦିନ ହେବ ଆକଳନ ଚାଲିଛି। ମିଳିଥିବା ଖବର ଅନୁଯାୟୀ,ସାରା ଅଲ୍ଲୀ ଖାନ୍‌ଙ୍କୁ ଏକ ନୂଆ ଫିଲ୍ମର ଅଫର୍‌ ମିଳିଛି।ଏହାର କାହାଣୀ ପିତା-କନ୍ୟାଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ସାରାଙ୍କ ପିତା ଭୂମିକା ନିଭାଇବାକୁ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ପ୍ରସ୍ତାବ ମିଳିଛି।

ଏହି ଫିଲ୍ମରେ ଏକ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ରହିବ। ସବୁକିଛି ଯଦି ଠିକ୍‌ ଚାଲେ, ତା’ହେଲେ ସାରା ଏବଂ ଶୈଫ୍‌ଙ୍କୁ ପ୍ରଥମକରି ବଡ଼ ପରଦାରେ ଏକାଠି ମନୋରଞ୍ଜନ କରୁଥିବା ଦେଖିବାକୁ ପାଇବେ ସିନେପ୍ରେମୀ।

ପଢନ୍ତୁ;ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଆଲିଆଙ୍କ ସହ ଥିବା ସଂପର୍କକୁ ରଣବୀର କ’ଣ କହିଲେ ଜାଣନ୍ତୁ ?

ENO Beuro

Suresh Panda || Special Interview || Jatra Duniya || Tulasi Gananatya

ENO Beuro

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

ENO Beuro

1 comment

Leave a Comment