SPORTS

ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର

saina

ଚଳିତ ବର୍ଷ ଶେଷ ଆଡ଼କୁ ସାଇନା-କଶ୍ୟପଙ୍କ ବାହାଘର ହେବ। ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୬ ତାରିଖରେ ସେମାନଙ୍କ ବିବାହ ହେବ। ଡିସେମ୍ବର ୨୧ ତାରିଖରେ ଦୁହେଁ ଭୋଜି ଦେବେ।

ବିବାହ ଉତ୍ସବରେ କେବଳ ଅତି ନିକଟତର ବ୍ୟକ୍ତିଙ୍କୁ ଡକାଯିବ। ଅତିବେଶିରେ ୧୦୦ ଜଣ ବିବାହ ଉତ୍ସବରେ ଉପସ୍ଥିତ ରହିବେ। ତେବେ ଡିସେମ୍ବର ୨୧ରେ ଆଡ଼ମ୍ବରପୂର୍ଣ୍ଣ ବିବାହଭୋଜି ଆୟୋଜନ କରାଯାଇଛି। ଉଭୟ ସାଇନା ଓ କଶ୍ୟପଙ୍କ ପରିବାର ଡିସେମ୍ବର ୧୬ରେ ବିବାହ ଉତ୍ସବ ପାଇଁ ଆୟୋଜନରେ ଲାଗି ପଡ଼ିଛନ୍ତି।

saina

୨୮ ବର୍ଷ ବୟସ୍କା ସାଇନା ନେହୱାଲ ଓ ୩୨ ବର୍ଷ ବୟସ୍କ ପାରୁପଲ୍ଲି କଶ୍ୟପଙ୍କ ମଧ୍ୟରେ ବହୁବର୍ଷ ହେଲା ପ୍ରେମସମ୍ପର୍କ ଥିଲେ ହେଁ ଦୁହେଁ ଏହାକୁ ଲୁଚାଇ ରଖିଥିଲେ। ୨୦୦୫ରେ ସାଇନା ଓ କଶ୍ୟପ ଏକ ସମୟରେ ପୁଲୈଲା ଗୋପୀଚାନ୍ଦ ଏକାଡେମୀରେ ବ୍ୟାଡ୍‍ମିଣ୍ଟନ ତାଲିମ ପାଇଁ ଯୋଗ ଦେଇଥିଲେ। ତା ପରଠୁ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ।

ସୂଚନାଯୋଗ୍ୟ,କଶ୍ୟପ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୩ରେ ସେ ବିଶ୍ୱ ମାନ୍ୟତାର ୬ ନମ୍ବରରେ ରହିଥିଲେ।୨୦୧୫ରେ ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନ ହାସଲ କରିଥିବା ସାଇନା ୨୦୧୦ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଅଲିମ୍ପିକ୍‌ରେ ସାଇନା ବ୍ରୋଞ୍ଜ ପଦକ ଜିତିଥିଲେ।

ପଢନ୍ତୁ;ମୋଦିଙ୍କୁ ଚୋର କହି ଫସିଲେ କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା:ଦୂତି ପାଇବେ ଦେଢ କୋଟି

ENO Beuro

ପାକିସ୍ତାନକୁ ଧୋଇଲା ୱେଷ୍ଟଇଣ୍ଡିଜ୍

Ratnamani Moharana

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

ENO Beuro

Leave a Comment