SPORTS

ମାଲେସିଆ ମାଷ୍ଟର୍ସ : ସେମିଫାଇନାଲରେ ସାଇନା

saina

ଚଳିତ ମାଲେସିଆ ମାଷ୍ଟର୍ସରେ ସାଇନା ନେହୱାଲ ଚମତ୍କାର ପ୍ରଦଶନ ଜାରି ରଖି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ସଂସ୍କରଣ ବି‌ଜୟିନୀ ଏବଂ ୨୦୧୧ ଉପବିଜୟିନୀ ୨୮ ବର୍ଷୀୟା ସାଇନା ସେମିଫାଇନାଲ୍‌ରେ ୩ ଥରର ବିଶ୍ବ ମୁକୁଟଧାରୀ ସ୍ପେନ୍‌ର କାରୋଲିନା ମାରିନ୍‌ଙ୍କୁ ଭେଟିବେ। କାରୋଲିନାଙ୍କ ବିପକ୍ଷରେ ସାଇନା ୫ ଥର ଜିତିଥିଲା ବେଳେ ‌ଶେଷ ୧୦ ମୁକାବିଲାରେ ତାଙ୍କଠୁ ବହୁବାର ପରାସ୍ତ ହୋଇଛନ୍ତି। ଫଳରେ ସେମି‌ଫାଇନାଲ୍‌ରେ କାରୋଲିନାଙ୍କ ପଲ୍ଲା ଭାରି ରହିବା ସମ୍ଭାବନା ରହିଛି।

saina

ଅପରପକ୍ଷରେ ପୁରୁଷ ସିଙ୍ଗିଲରେ କେ। ଶ୍ରୀକାନ୍ତ ପରାଜିତ ହୋଇ ବିଦାୟ ନେଇଛନ୍ତି। ସେ କଡ଼ା ସଂଘର୍ଷ କରି ୨୩-୨୧, ୧୬-୨୧, ୧୭-୨୧ରେ ଚତୁର୍ଥ ମାନ୍ୟତା କୋରିଆର ସନ୍‌ ୱାନ୍‌ ହୋ’ଙ୍କଠୁ ହାରି ବିଦାୟ ନେଇଥିଲେ।

ପଢନ୍ତୁ; ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ମେଥି ଚିଙ୍ଗୁଡ଼ି’, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଆଜିଠୁ ଆଇପିଏଲ୍ ମହାସମର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ENO Beuro

ବିଶ୍ବକପ୍‌ରେ କପିଳଙ୍କ କମାଲକୁ ପୁରିଲା ୩୬ ବର୍ଷ

Ratnamani Moharana

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ଭାରତ

ENO Beuro

Leave a Comment