ବିବାହ ବନ୍ଧନରେ ସାଇନା-କାଶ୍ୟପ

saina

ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି କ୍ରିଡା ଦମ୍ପତି ଆସନ୍ତା ୧୬ ତାରିଖରେ ବିବାହ କରିବେ ବୋଲି ଘୋଷଣା କରିଥିଲେ। ମାତ୍ର ପୂର୍ବ ଘୋଷଣାର ୨ଦିନ ପୂର୍ବରୁ କୋର୍ଟରେ ବିବାହ କରିଛନ୍ତି।

saina

ଏହି ବିବାହରେ ସାଇନା ଓ କାଶ୍ୟପଙ୍କ ପରିବାରର ପ୍ରାୟ ୪୦ଜଣ ଅତିଥି ଯୋଗ ଦେଇଥିଲେ। ରବିବାର ରିସେପ୍‌ସନ ଅନୁଷ୍ଠିତ ହେବ’ ବୋଲି ସାଇନାଙ୍କ ପିତା ଏହି ଅବସରରେ ପ୍ରକାଶ କରିଛନ୍ତି। ପ୍ରମୁଖ ଅତିଥିଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ରାଜ୍ୟପାଳ ଇଂ.ଏସ୍‌.ଏଲ୍‌. ନରସୀମାହ ଯୋଗଦେଇଥିବା ଜଣାପଡ଼ିଛି।

ସାଇନ୍‌ ନିଜର ବିବାହ ଫଟୋକୁ ଟୁଇଟରରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ‘‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ’’। ଦୁଇ ଖେଳାଳି କିଛିଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଥିଲେ, ଯେଉଁଥିରେ ଦୁହିଁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ କିଛି ବିଧିବିଧାନ ଚାଲିଥିବା ନଜର ଆସିଥିଲା।

ସୂଚନାଯୋଗ୍ୟ, ଗତ ୯ ବର୍ଷ ହେଲା ଉଭୟଙ୍କ ସମ୍ପର୍କ ଥିଲା।

ପଢନ୍ତୁ; ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More