EnewsOdia.Com

ରାଜନୀତି କରିବେ ସାଇନା ନେହୱାଲ

ଦେଶର ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳୀ ସାଇନା ନେହୱାଲ୍ ଖେଳ ମଇଦାନରେ ଧୁମ୍ ମଚାଇବା ପରେ ଏବେ ରାଜନୀତିର ଖେଳରେ ପାଦ ରଖିଛନ୍ତି । ସେ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ପାଇଥିବା କଥା କହିଛନ୍ତି । ସାଇନାଙ୍କ ସହ ତାଙ୍କ ବଡ଼ ଭଉଣୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତିି । ପରେ ନେହଓ୍ଵାଲ୍‌ ଓ ତାଙ୍କ ଭଉଣୀ ପିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଥିଲେ। ଦଳର ଜାତୀୟ ସଚିବ ଅରୁଣ ସିଂହ ସାଇନାଙ୍କୁ ବିଜେପିରେ ସାମିଲ କରାଇ କହିଛନ୍ତି: ଦେଶ ପାଇଁ ପୁରସ୍କାର ଆଣିଥିବା ନେହଓ୍ଵାଲ୍‌ଙ୍କ ପାଇଁ ଭାରତ ଗର୍ବିତ।

ତେବେ ଜଣେ କ୍ରୀଡ଼ାବିତ ହିସାବରେ ସେ ରାଜନୀତିକୁ ଆସିବାରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି। ସଦସ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍‌ ଟାଇଟଲ୍‌ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିସାରିଛନ୍ତି।

ପଢନ୍ତୁ: ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

ସମ୍ବନ୍ଧିତ ଖବର

ଆମକୁ ଆଉ ୧୫୫ ଦିନ ଯୁଦ୍ଧ କରିବାକୁ ପଡିବ: ସୁବ୍ରତ ବାଗଚୀ

Ratnamani Maharana

ଏଣିକି କଲର ଟ୍ୟୁନରେ ଶୁଭିବ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର

Ratnamani Maharana

ପଢନ୍ତୁ ଦୁଷ୍କର୍ମ ପରେ ଜୀବନର ଶେଷ ୬ଟି ଚିଠିରେ କଣ ଲେଖିଥିଲେ ନିର୍ଭୟା

Ratnamani Maharana