Entertainment

ସାଇନାଙ୍କ ବାୟୋପିକ୍ ରେ ନଜର ଆସିବେ ଶ୍ରଦ୍ଧା

saina

ଭାରତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ବାଲଙ୍କ ଉପରେ ନିର୍ମାଣ କରାଯାଉଛି ଫିଲ୍ମ ‘ସାଇନା’। ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସାଇନାଙ୍କ ଚରିତ୍ରରେ ନଜର ଆସିବେ। ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମ ପେଜରେ ଫିଲ୍ମର ପ୍ରଥମ ଲୁକ୍‌ର ଫୋଟୋ ପୋଷ୍ଟ କରିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି।

saina

ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧା ଝାଳବୁହା ପରିଶ୍ରମ କରିଛନ୍ତି। ଶ୍ରଦ୍ଧା କହିଛନ୍ତି ଯେ, ‘‘ଏହି ବାୟୋପିକ୍ କରିବା ପାଇଁ ମୁଁ ଏପର୍ୟ୍ୟନ୍ତ ୪୦ ଟି ବ୍ୟାଡ୍ମିଣ୍ଟନ୍ କ୍ଲାସ୍ ନେଇ ସାରିଲିଣି। ଏହା ବହୁତ କଷ୍ଟକର ଖେଳ। କିନ୍ତୁ ମୁଁ ଏହାକୁ ଖୁବ୍ ଉପଭୋଗ କରୁଛି।

କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଏକ ନିଆରା ଅନୁଭବ। ସାଇନାଙ୍କ ଜୀବନ କାହାଣୀ ବି ଖୁବ୍ ଚିତାକର୍ଷକ। ସେ ଯାହା ହରାଇଛନ୍ତି, ପାଇଛନ୍ତି ଓ ତାଙ୍କ ବିଜୟର ଯାତ୍ରା, ସବୁ କିଛିକୁ ମୁଁ ବହୁତ ଭଲ ଭାବେ ଅଭିନୟରେ ଦେଖାଇବାକୁ ଚେଷ୍ଟା କରିବି ବୋଲି ଶ୍ରଦ୍ଧା କହିଛନ୍ତି।

ପଢନ୍ତୁ;ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

Related posts

ଜାଣନ୍ତୁ କାହାର ହେବେ ଓଲିଉଡର ସୁପରଷ୍ଟାର ଅନୁଭବ ?

ENO Beuro

ଅଗଷ୍ଟରୁ କୌନ ବନେଗା କରୋଡପତିର ସିଜନ-୧୧

Ratnamani Moharana

ବିରାଟ-ଅନୁଷ୍କାଙ୍କ ପରେ ଲଣ୍ଡନରେ ବାହା ହେବେ ବଲିଉଡର ଏହି ଅଭିନେତ୍ରୀ

ENO Beuro

Leave a Comment