ଆତ୍ମ ସମର୍ପଣ ପାଇଁ ସମୟ ମାଗିଲେ ସଜ୍ଜନ କୁମାର

kumar

୧୯୮୪ ଶିଖ୍‌ ଦଙ୍ଗା

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାରେ ଆଜୀବନ ଜେଲଦଣ୍ଡ ପାଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ଜାନୁଆରୀ ୩୧ ଯାଏ ସମୟ ମାଗିଛନ୍ତି । ଏନେଇ ସେ ଆଜି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ  ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ।

kumar

୭୩ ବର୍ଷୀୟ ସଜ୍ଜନ କୁମାର ଆଜି ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ ତାଙ୍କର ୩ ପୁଅ, ଝିଅ ଏବଂ ୮ ଜଣ ନାତି ନାତୁଣୀ ଅଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ସମ୍ପତ୍ତି ସଂକ୍ରାନ୍ତ ସମସ୍ତ ଅଡ଼ୁଆ ତୁଟାଇ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ଏଥିଲାଗି ସେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

ଉଲ୍ଲେଖ ଯୋଗ୍ୟ, ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶିଖଙ୍କୁ ହତ୍ୟା ଅଭିଯୋଗରେ ଗତ ଡିସେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହିତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେହିପରି ଦ୍ୱିତୀୟ ମାମଲା ରାଜ ନଗର ଗୁରୁଦ୍ୱାର ମାମଲା ସହିତ ଜଡ଼ିତ ।

ପଢନ୍ତୁ; ୧୪,୫୨୩ କୋଟିର ବିକାଶ ଯୋଜନା ନେଇ ଓଡିଶା ଆସୁଛନ୍ତି ମୋଦି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More