• Home
  • News
  • ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି
News

ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ରାଞ୍ଚତ୍ ଜିଲା ପ୍ରଶାସନଠାରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସାକ୍ଷୀ ପ୍ରାୟ ସମୟ ରାଞ୍ଚତ୍ରେ ଏକା ରହୁଛନ୍ତି। ଏଣୁ ନିଜ ସୁରକ୍ଷା ପାଇଁ ସେ ପିସ୍ତଲ ବା ରିଭଲ୍‌ଭର ଲାଇସେନ୍ସ ପାଇଁ ଆବେନ କରିଛନ୍ତି।

ଆବେଦନ ପତ୍ରରେ ସାକ୍ଷୀ ନିଜ ବ୍ୟକ୍ତଗତ କାମ ପାଇଁ ଏକା ବାହାରକୁ ଯାଉଥିବା ଉଲ୍ଲେଖ କରିଛନ୍ତି। ଏକା ବାହାରକୁ ଯାଉଥିବା ବେଳେ ତାଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିଜର ସୁରକ୍ଷା ଲାଗି ତାଙ୍କୁ ବନ୍ଧୁକ ରଖିବାର ଲାଇାସନ୍‌ସ ଦିଆଯାଉ ବୋଲି ସେ ଲେଖିଛନ୍ତି। ସାକ୍ଷୀଙ୍କ ଏହି ଚିଠିକୁ ରାଞ୍ଚିର ଜିଲ୍ଲା ମାଜିଷ୍ଟ୍ରେଟ୍‌ କାର୍ଯ୍ୟାଳୟକୁ ଦିଆଯିବା ପରେ ଏହାକୁ ଅର୍‌ଗୋରା ପୁଲିସ ଷ୍ଟେସନକୁ ପଠା ଯାଇଥିଲା।

ସୂଚନାଯୋଗ୍ୟ ,ମହେନ୍ଦ୍ର ସିଂ ଧୋନୀ ରାଞ୍ଚି ସହର ଠାରୁ ଦୂରରେ ଏକ ବଙ୍ଗଳାରେ ରହୁଛନ୍ତି। ଏହି ବଙ୍ଗଳାରେ ଅତ୍ୟାଧୁନିକ ଅସ୍ତ୍ର ରଖିଥିବା ୭ ଜଣ ସୁରକ୍ଷା କର୍ମୀ ଦାୟିତ୍ୱରେ ଅଛନ୍ତି। ପତ୍ନୀ ସାକ୍ଷୀ ଯେତେବେଳେ ଘରୁ ବାହାରକୁ ଯାଅାନ୍ତି ସେତେବେଳେ ସ୍ଥାନୀୟ ଥାନାକୁ ଜଣେଇ ଯାଅାନ୍ତି। ସେତେବେଳେ ସୁରକ୍ଷା ବଢାଇ ଦିଅାଯାଇଥାଏ। ରାଇଫଲ ଚଳାଇବା ସଉକ ରଖିଥିବା ଧୋନୀ ୯ ବର୍ଷ ପୂର୍ବରୁ ପିସ୍ତଲ କିଣିଥିଲେ। ସେତେବେଳେ ଧୋନୀଙ୍କୁ ଲାଇସେନ୍ସ ପାଇଁ ଅନେକ କସରତ କରିବାକୁ ପଡିଥିଲା।

ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି sakshi dhoni pti

ପଢନ୍ତୁ; ହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ

Related posts

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

Krishna Kumar Manoj

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

Krishna Kumar Manoj

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More