News

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ସ୍ୱତନ୍ତ୍ର ସେଲ୍‌ରେ ସାଲେପୁର ଦୁଷ୍କର୍ମ ଅଭିଯୁକ୍ତ

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମହମ୍ମଦ ମୁସ୍ତାକ ଗତ ବୁଧବାର ଦିନ ଉପକାରାଗାରରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିବାରୁ ତାକୁ ଦେଖାରଖା କରିବାକୁ ସ୍ୱତନ୍ତ୍ର ୱାର୍ଡର୍ ନିଯୁକ୍ତ ହୋଇଛନ୍ତି । ମାତ୍ର ସାଢେ ତିନି ହାତି ଖୋର୍ଦ୍ଧା ଗାମୁଛାରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ମହମ୍ମଦ ମୁସାକ୍‌ । ହେଲେ ଫାଶ ପକାଇବା ପାଇଁ ଶିଶୁଆ ଜେଲରେ କୌଣସି ରେଲିଂ ନଥିବାରୁ କବାଟରେ ଗାମୁଛା ଫାଶ ପକାଇ ଆତ୍ମହତ୍ୟା ଉଦ୍ୟମ କରିିଥିଲାବେଳେ ଓହଳିଲା ବେଳକୁ ଗାମୁଛା ଫାଟି ଯାଇଥିଲା ।

ଆତ୍ମହତ୍ୟା ଉଦ୍ୟମ ପଣ୍ଡ ହେବା ପରେ ଜେଲରେ ଅଭିଯୁକ୍ତ ରହୁଥିବା କକ୍ଷର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩ଜଣ ଓ୍ଵାର୍ଡର ସୁରକ୍ଷା ଦାୟିତ୍ୱରେ ରହିବା ସହ ୪ନମ୍ବର ସ୍ୱତନ୍ତ୍ର କକ୍ଷରେ ତାକୁ ରଖାଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଦିଆଯାଉଥିବା ଜେଲର ରୁନୁବାଳା ଦେଇ ସୂଚନା ଦେଇଛନ୍ତି । ଗିରଫ ହେବା ଦିନଠାରୁ ଜେଲରେ ସେ କାନ୍ଦୁଥିବା ବେଳେ ଫାଶୀ ଦଣ୍ଡାଦେଶ ନେଇ ସ୍ୱତନ୍ତ୍ର ଆଇନ କଥା ଜାଣି ସେ ଗତ ଦୁଇଦିନ ହେଲା ମୁଣ୍ଡ ତଳକୁ ପୋତି ବସିଥିଲା । ଏପରିକି ଜେଲରେ କାହା ସହିତ ଠିକ୍‌ ଭାବରେ କଥାବାର୍ତ୍ତା ମଧ୍ୟ କରୁନଥିଲା ।

ଅନ୍ୟପଟେ ଆଜି ଜେଲରେ ଅନ୍ୟ କଏଦୀଙ୍କ ସହ ସେ କ୍ୟାରମ୍‌ ଖେଳିଥିବା ଜଣାପଡିଛି । ତେବେ ଫାଶୀ ହେବା ଆଗରୁ ନିଜେ ମରିଯିବା ଭଲ ଭାବି ସେ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିିଛି । ଗତକାଲିର ଘଟଣା ପରେ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ତା’ ବିରୋଧରେ ଆଉ ଏକ ମାମଲା ରୁଜୁ କରିିଛି ।

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ salepur rape case

ପଢନ୍ତୁ ;

ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣା : ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ

Related posts

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

ENO Beuro

ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More