କୃଷ୍ଣସାର ମୃଗ ଶିକାର ମାମଲା : ଆଜି ନିର୍ଦ୍ଧାରଣ ହେବ ସଲମାନଙ୍କ ଭାଗ୍ୟ

୧୯ ବର୍ଷ ପରେ ଏହି ମାମଲାରେ ଆଜି ଆସିବ ରାୟ

କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସମେତ ଆଉ କିଛି ଅଭିଯୁକ୍ତ କଳାକାରଙ୍କ ଭାଗ୍ୟ ଆଜି ରାଜସ୍ଥାନର ଯୋଧପୁର ସ୍ଥିତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ନିର୍ଧାରଣ ହେବ । ଏହି ମାମଲାରେ ଦୋଷୀ ସାବସ୍ତ୍ୟ ହେଲେ ସେମାନଙ୍କୁ କିଛି ବର୍ଷ ଜେଲ ଦଣ୍ଡା ଦେଶ ହୋଇପାରେ ।

ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ସଲମାନ , ସୈଫ ଅଲ୍ଲୀ ଖାନ , ନିଲମ , ତବୁ , ଷୋନାଲୀ ବେନ୍ଦ୍ରେ ବୁଧବାର ଜୋଧପୁରରେ ପହଞ୍ଚିଛନ୍ତି । ସଲମାନ ଅବୁଧାବିରେ ‘ ରେସ ଥ୍ରୀ ‘ ଶୁଟିଙ୍ଗରେ ବ୍ୟସ୍ତ ଥିଲେ । କିନ୍ତୁ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ସେ ଭାରତ ପ୍ରତ୍ୟାବର୍ତନ କରିଥିଲେ।

ସଲମାନ ବୁଧବାର ଏକ ସ୍ଵତନ୍ତ୍ର ବିମାନ ଯୋଗେ ମୁମ୍ବାଇରୁ ଯୋଧପୁର ଯାଇଥିଲେ । କିନ୍ତୁ ଅନ୍ୟ କଳାକାର ମାନେ ମୁମ୍ବାଇରେ ଥିଲେ ଏବଂ ସେଠାରୁ ଜୋଧପୁରକୁ ଯାଇଥିଲେ । ଜୋଧପୁରରେ ପହଞ୍ଚିଲା ପରେ ସୈଫଙ୍କ ଗାଡି ନିକଟରେ ସାଧାରଣ ଲୋକ ଭିଡ ଜମାଇବାରୁ ସେ ରାଗି ଯାଇ ନିଜ ଡ୍ରାଇଭରଙ୍କୁ ତୁରନ୍ତ ଗାଡିର କାଚ ଟେକିବା ସହିତ ତା’କୁ ପଛୁଆ ନେବାକୁ କହିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୧୯୯୮ରେ ଫିଲ୍ମ ହମ ସାଥ ସାଥ ହୈର ସୁଟିଂ ପାଇଁ ସଲାମାନ ଖାନ, ସୋନାଲି ବେନ୍ଦ୍ରେ, ସୈଫ ଅଲ୍ଲୀ ଖାନ ରାଜସ୍ଥାନର ଯୋଧପୁର ଯାଇଥିଲେ । ସୁଟିଂ ସମୟରେ ଯୋଧପୁରର ବିଭିନ୍ନ ସ୍ଥାନରେ ଏହି କଳାକାର ଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । ୧୯୯୮ ମସିହା ଅକ୍ଟୋବରରେ ସଲମାନ ଖାନ୍ ଯୋଧପୁରର ବିଭିନ୍ନ ସ୍ଥାନରେ କୃଷ୍ଣସାଗର ମୃଗ ଶୀକାର କରିଥିବା ଅଭିଯୋଗ ହୋଇଥିଲା ।

ଆଜି ଦୋଷୀ ସାବ୍ୟସ୍ତ ହେଲେ ସଲମାନଙ୍କୁ ଜେଲ ଯିବାକୁ ପଡିପାରେ । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଏକବର୍ଷରୁ ଛଅ ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରେ । ପୂର୍ବର୍ରୁ ଏଭଳି ୪ଟା ମାମଲାରେ ସଲମାନଙ୍କୁ ଖାନ ୧୭ ଦିନ ଜେଲରେ ରହିସାରିଛନ୍ତି । ୧୯ ବର୍ଷ ପରେ ଏହି ମାମଲାରେ ଆଜି ଆସିବ ରାୟ ।

୧୯୯୮ ମସିହା ଅକ୍ଟୋବର ୧୨ ତାରିଖରେ ସଲମାନ ଖାନ ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ । ୫ ଦିନ ତାଙ୍କୁ ଜେଲରେ ରହିବାକୁ ପଡିଥିଲା । ଅନ୍ୟ ଏକ ଶୀକାର ମାମଲାରେ ସଲମାନଙ୍କୁ ୨୦୦୬ରେ ୬ ଦିନ ଜେଲରେ ରହିବାକୁ ପଡିଥିଲା । ୨୦୦୭ରେ ମଧ୍ୟ ସଲମାନଙ୍କୁ ୬ ଦିନ ଜେଲରେ ରହିବାକୁ ପଡିଥିଲା ।

ପଢନ୍ତୁ ;

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More