• Home
  • Entertainment
  • ‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌
Entertainment

‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌

ଗୁଲ୍‌ସନ୍‌ଙ୍କ ଭୂମିକାରେ ନଜର ଆସିବେ ସଲମାନ

ପ୍ରଥମେ ଶୁଣିବାକୁ ମିଳୁଥିଲା କି ‘ମୁଗଲ୍‌’ ସିନେମାରେ ଗୁଲ୍‌ସନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିବେ । ଟି-ସିରିଜ୍‌ର ପୂର୍ବତନ ମାଲିକ ସ୍ୱର୍ଗତଃ ଗୁଲ୍‌ସନ୍‌ କୁମାରଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେଉଛି । ଏହି ସେନେମାଟିକୁ ନେଇ ଅକ୍ଷୟ ବେଶ୍‌ କିଛି ସମୟଧରି ପ୍ରସ୍ତୁତି ମଧ୍ୟ କରିଥିଲେ ।

ଏବେ ଶୁଣିବାକୁ ମିଳୁଛି କି ଗୁଲ୍‌ସନ୍‌ଙ୍କ ଭୂମିକାରେ ଅକ୍ଷୟ ନୁହଁ ଏବେ ସଲ୍‌ମାନ୍‌ ଖାଁ ଅଭିନୟ କରିବେ । କାରଣ ସ୍କ୍ରିପ୍ଟ୍‌ରେ ଥିବା କିଛି କଥାକୁ ନେଇ ଅକ୍ଷୟ ରାଜି ନ ଥିଲେ । ଶେଷରେ ସେ ସିନେମାଟିକୁ ଛାଡ଼ି ଦେଇଛନ୍ତି ।

କେବଳ  ସଲ୍‌ମାନ୍‌ ନୁହନ୍ତି, ‘ମୁଗଲ୍‌’ ସହିତ ଅମିର୍‌ ଖାଁ ମଧ୍ୟ ଯୋଡ଼ି ହୋଇଛନ୍ତି । ଅବଶ୍ୟ କେବଳ ପ୍ରଯୋଜକ ଭାବେ। ଅର୍ଥାତ୍‌ ସେ ହେବେ ଏ ଫିଲ୍ମର ଅନ୍ୟତମ ପ୍ରଯୋଜକ । ଗୋଟିଏ ସିନେମା  ସହିତ ଦୁଇଜଣ ସୁପର୍‌ଷ୍ଟାର୍‌ ସଂପୃକ୍ତ ହେବା ଗୋଟେ ଚମତ୍କାର କଥା ନିଶ୍ଚୟ ।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କେଶରୀ’କୁ କରଣ ଯୋହରଙ୍କ ସାଥିରେ ମିଶି ସଲ୍‌ମାନ୍‌ ପ୍ରଯୋଜନା କରିବେ ବୋଲି ଶୁଣା ଯାଉଥିଲା। ସେ କୁଆଡ଼େ ଅକ୍ଷୟଙ୍କୁ କଥା ଦେଇଥିଲେ । କିନ୍ତୁ  ସେହି ସମୟରେ ଅଜୟ ଦେବଗନ୍‌ ତାଙ୍କୁ ଏକ ଚିଠିଲେଖି ସେ ଫିଲ୍ମରୁ ଓହରି ଯିବାଲାଗି ଅନୁରୋଧ କରିଥିଲେ।

ଅଜୟ କହିଥିଲେ ଯେ ‘କେଶରୀ’ର କାହାଣୀ ତାଙ୍କ ନିଜ ଫିଲ୍ମ ‘ସନ୍‌ ଅଫ୍‌ ସର୍ଦାର୍‌’ର କାହାଣୀ ସହିତ ସମାନ। ଫଳରେ ‘କେଶରୀ’ରୁ ସଲ୍‌ମାନ୍‌ ଶେଷ ମୁହୂର୍ତ୍ତରେ ନିଜକୁ ଅଲଗା କରି ନେଇଛନ୍ତି। ଅବଶ୍ୟ ଏ ସଂପର୍କରେ ସଲ୍‌ମାନ୍‌ ଟ୍ଵିଟ୍‌ କରିଛନ୍ତି ଯେ ସେ କେବେ ଅକ୍ଷୟଙ୍କୁ କଥା ଦେଇ ନ ଥିଲେ, ତେଣୁ କଥା ରଖିବା ନ ରଖିବାର ପ୍ରସଙ୍ଗ ହିଁ ଉଠୁନାହିଁ !

‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌ Amir and Salman khan
ପଢନ୍ତୁ ;

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

Related posts

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

Krishna Kumar Manoj

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

Krishna Kumar Manoj

ବାହୁବଲୀ ଷ୍ଟାଇଲ୍‌ରେ ଦେଖିବାକୁ ପାଇବେ ଆଉ ଏକ ସିନେମା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More