ଦବଙ୍ଗ ଖାନଙ୍କ ସହ ପୁଣି ରୋମାନ୍ସ କରିବେ ଏହି ଅଭିନେତ୍ରୀ !

ମାର୍ଶାଲ ଆର୍ଟ ଶିଖୁଛନ୍ତି ଜ୍ୟାକଲିନ

ବଲିଓଡର ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଆଗାମୀ ଫିଲ୍ମ ରେସ୍–ଥ୍ରୀ ଆକ୍ସନ ସିନରେ ଶୁଟିଙ୍ଗ ପାଇଁ ଏବେ ମାର୍ଶାଲ ଆର୍ଟ ଶିଖୁଛନ୍ତି। ରେସ୍–ଥ୍ରୀ ରେ ଜ୍ୟାକଲିନ୍ ଅଭିନେତା ସଲମାନଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ। ରେସ୍ – ଥ୍ରୀ ପରେ ଅଭିନେତ୍ରୀ ଜ୍ୟାକଲିନ୍ ପୁଣିଥରେ ନଜର ଆସିବେ ସଲମାନଙ୍କ ନାୟିକା ଭାବେ । ସୁପରହିଟ୍ ଫିଲ୍ମ କିକର ସିକ୍ୱେଲ୍ କିକ୍ – ୨ରେ ପୁଣିଥରେ ସଲମାନ୍ ଖାନଙ୍କ ବିପକ୍ଷରେ ନଜର ଆସିବେ ଏହି ଶ୍ରୀଲଙ୍କାନ୍ ସୁନ୍ଦରୀ । ଏହି କଥାକୁ ନେଇ ଅଭିନେତ୍ରୀ ଜ୍ୟାକଲିନ୍ ଯେତିକି ଖୁସି ଅଛନ୍ତି, ତାଙ୍କ ଫ୍ୟାନ ମାନେ ମଧ୍ୟ ଏହି ଖବର ଜାଣିବା ପରେ ସେତିକି ଏକ୍ସାଇଟେଡ୍ ହୋଇଯିବେ।

ପରଦାରେ ପୁଣିଥରେ ନଜର ଆସିବେ ସୁପରହିଟ୍ ଫିଲ୍ମ କିକର ଯୋଡି ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଯାହାକୁ ନେଇ ଜ୍ୟାକଲିନଙ୍କ ଖୁସି କହିଲେ ନସରେ । କାରଣ ସଲମାନଙ୍କ ସହ ପୁଣିଥରେ ପରଦାରେ ରୋମାନ୍ସ କରିବାର ସୁଯୋଗ ମିଳି ଯାଇଛି ତାଙ୍କୁ । ତୃତୀୟ ଥର ପାଇଁ ଦବଙ୍ଗ ଖାନଙ୍କ ନାୟିକା ଭାବେ ନଜର ଆସିବେ ଜ୍ୟାକଲିନ୍ । ଲାଗୁଛି ଅଭିନେତ୍ରୀ ଜ୍ୟାକଲିନ୍ ହାତରେ ଲାଗି ଯାଇଛି ଜ୍ୟାକପଟ୍।

କିକରେ ପ୍ରଥମଥର ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ଅଭିନେତ୍ରୀ ଜ୍ୟାକଲିନ୍ । ଫିଲ୍ମରେ ଦୁହିଁଙ୍କ ପେୟାରିଂକୁ ବି ବେଶ ପସନ୍ଦ କଲେ ଦର୍ଶକ । ପରଦାରେ ଦୁହିଁଙ୍କ କେମେଷ୍ଟ୍ରୀ ବି ଅଡିଏନ୍ସଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସ ସଭିଁଙ୍କ ମନ ଜିଣିଲା । ଏହି ସିନେମା ୨୦୧୪ରେ ଆସିଥିଲା ପରଦାକୁ । ଆଉ ଏହି ଫିଲ୍ମ ସୁପର୍ ହିଟ୍ ହେବା ପରେ ବଲିଉଡରେ ସେଟ୍ ହୋଇଯାଇଥିଲା ଜ୍ୟାକଲିନଙ୍କ କ୍ୟାରିୟର୍ ।

ପରେ ରେମୋ ଡିସୁଜାଙ୍କ ଫିଲ୍ମ ରେସ୍ – ଥ୍ରୀରେ ପୁଣିଥରେ ସଲମାନଙ୍କ ସହ ଅଭିନୟ କରିବାର ଚ୍ୟାନ୍ସ ମିଳିଲା ଜ୍ୟାକଲନିଙ୍କୁ । ଆଉ ରେସ୍- ଥ୍ରୀର ସୁଟିଂ ଶେଷ ନହେଉଣୁ, କିକ୍ – ୨ର ଅଫର୍ ଆସିଗଲାଣି ହାତକୁ । ଏହାକୁ ତ କୁହନ୍ତି ସୋନେ ପେ ସୁହାଗା । ଏବେ କେବଳ ଅପେକ୍ଷା ରହିଲା ସଲମାନ୍ ଓ ଜ୍ୟାକଲିନଙ୍କ ଏହି ସବୁ ଫିଲ୍ମ କେବେ ଆସିବ ପରଦାକୁ।

ପଢନ୍ତୁ;

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More