ACTORS CELEBS

ଗ୍ୟାଙ୍ଗଷ୍ଟାରଙ୍କ ଧମକକୁ କଲେନି ଖାତିର, ରେସ-୩ ଫିଲ୍ମର ସୁଟିଂ ଆରମ୍ଭ କଲେ ସଲମାନ ଖାନ

ରିଲ ଲାଇଫରେ ନୁହେଁ ରିଅଲ ଲାଇଫରେ ମଧ୍ୟ ଦବଙ୍ଗଗିରିର ପରିଚୟ ଦେଇଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ ।ପୁଣିଥରେ ରେସ-୩ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ଦବଙ୍ଗ ଖାନ । ପୂର୍ବରୁ ରେସ-୩ ଫିଲ୍ମର ସୁଟିଂ ସମୟରେ ସଲମାନଙ୍କୁ ମାରିଦେବା ପାଇଁ ଧମକ ମିଳିଥିଲା । ଏପରିକି ମୁମ୍ବାଇ ଗୋରେଗାଓଁ ଫିଲ୍ମ ସିଟିରେ ସଲମାନଙ୍କ ଅପକମିଂ ଫିଲ୍ମ ରେସ -୩ର  ସୁଟିଂ ଚାଲିଥିବା ବେଳେ ହଠାତ କିଛି ଅଜଣା ଯୁବକ ସେଟରେ ପସି ଭଙ୍ଗାରୁଜା ସହ ହଙ୍ଗାମା କରିଥିଲେ ।

କୃଷ୍ଣକାୟ ହରିଣ ଶିକାର ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋୟୀ ସଲମାନଙ୍କୁ ମାରିବାକୁ ଧମକ ଦେଇଥିଲେ । ଫଳରେ ମୁମ୍ବାଇ ପୋଲିସ ମଧ୍ୟ ସଲମାନଙ୍କୁ ଫିଲ୍ମ ସୁଟିଂ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାର ଟିକିଏ ବି ଫରକ ଦବଙ୍ଗ ଖାନଙ୍କ ଉପରେ ପଡିନଥିଲା ।

ପୁଣିଥରେ ଦବଙ୍ଗ ଖାନ କଡା ସୁରକ୍ଷା ବଳୟ ମଧ୍ୟରେ ରେସ-୩ର ସୁଟିଂ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଫିଲ୍ମର ଟାଇଟଲ ଟ୍ରାକ ପାଇଁ ମୁମ୍ବାଇରେ ୫ ଦିନ ସୁଟିଂ କରିବେ ସଲମାନ । ଏହି ସମୟରେ ମୁମ୍ବାଇ ଷ୍ଟୁଡିଓରେ ଅନିଲ କପୁର, ବବି ଦେଓଲ, ଜ୍ୟାକଲିନ, ଡେଜି ଶାହା ଓ ଶକିବ ସଲିମ ମଧ୍ୟ ସୁଟିଂ କରିବେ । ଏହାପରେ ।ସନ୍ତା ମାସରେ ଫିଲ୍ମ ସୁଟିଂ ପାଇଁ ପୂରା ଯୁନିଟ ବ୍ୟାଙ୍କକ ଯିବେ । ଏହା ବ୍ୟତୀତ ଫିଲ୍ମ ଦୁବାଇ ଏବଂ ଆବୁଧାବିରେ ମଧ୍ୟ ସୁଟିଂ ହେବ ।

ସଲମାନଙ୍କୁ ମାରିବା ପାଇଁ ଧମକ ମିଳିବା ପରେ ବିଗ ବସ ଫାଇନାଲ କିଛି ଦିନ ସ୍ଥଗିତ ରଖାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଗୁଜବ ଥିଲା । ତେବେ ସଲମାନଙ୍କୁ ଧମକ ଦେଇଥିବା ରାଜସ୍ଥାନର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋଇଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।

ପଢନ୍ତୁ;

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଆତ୍ମହତ୍ୟା କଲେ ସ୍ୱାମୀ

Related posts

Partha Sarathi Ray Dreamt Of Entering Into Odia Film Industry

ENO Beuro

Pradeep Kumar Sahoo Is One Of The Most Popular Television Actors Of Ollywood Industry

ENO Beuro

Sunil Kumar Ollywood Actor Biography

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More