EnewsOdia.Com

4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ

ବଲିଉଡର ‘ସୁଲ୍‌ତାନ’ ସଲମାନ ଖାନ୍‌ ଆଜି ତାଙ୍କର ୫୪ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହି ସ୍ପେସିଆଲ ଡେକୁ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ସେଲିବ୍ରେଟ କରିବା ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଖବର ଆସିଥିଲା ଯେ, ସଲମାନ ନିଜ ଭଉଣୀ ଅର୍ପିତାଙ୍କ ପାଇଁ ଜନ୍ମଦିନ ପାଳିବେ ନାହିଁ। ହେଲେ ସଲମାନ ମିଡ୍‌ନାଇଟ୍‌ରେ ନିଜ ପରିବାର ସଦସ୍ୟଙ୍କ ସହ 4tier କେକ୍‌ କାଟିଛନ୍ତି। କେବଳ ସେତିକି ନୁହେଁ ଦବଙ୍ଗ ୩ର ଟୀମ ସହ ମଧ୍ୟ କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି ଦବଙ୍ଗ ଷ୍ଟାର।

ଗତ କାଲି ବିଳମ୍ବିତ ରାତିରେ ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ଫଟୋରେ ସଲମାନ ନିଜ ପରିବାର ଓ ଦବଙ୍ଗ ୩ ଟୀମ୍‌ ସହ କେକ୍‌ କାଟୁଥିବାର ନଜର ଆସୁଛନ୍ତି।ସୂଚନାଯୋଗ୍ୟ ଯେ, ସଲମାନଙ୍କ ବର୍ଥଡେ ପାର୍ଟିରେ ଲୁଲିୟା, କ୍ୟାଟ୍ରିନା, ସୋନାକ୍ଷୀ, ରନଦିପ୍‌, ଆୟୁଷ ଶର୍ମା, ରବିନା ଟଣ୍ଡନଙ୍କ ବ୍ୟତୀତ ଅନେକ କଳାକାର ସାମିଲ ଥିଲେ।

ସଲମାନଙ୍କ ବଢୁଥିବା ବୟସ ସହ ତାଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ନିଜ ପରିବାର ପ୍ରତି ଥିବା ଭଲପାଇବା ବିଷୟରେ ସମସ୍ତେ ଜାଣିଛନ୍ତି। ସଲମାନ ନିଜ ମାତା-ପିତାଙ୍କୁ ବହୁତ ଭଲ ପାଆନ୍ତି। ଏହା ସହ ଭାଇ ଓ ଭଉଣୀମାନଙ୍କ ଉପରେ ମଧ୍ୟ ସବୁ କିଛି ଲୁଟାନ୍ତି।

ପଢନ୍ତୁ:  ‘କାଇ ପୋ ଚେ’ର ଅଭିନେତା ଖେଳିବେ ଆଇପିଏଲ୍‌

 

ସମ୍ବନ୍ଧିତ ଖବର

ରିଲିଜ ହେଲା ଛପାକର ପ୍ରଥମ ଗୀତ

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana

ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

Ratnamani Maharana

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ଓସ୍କାର ଦୌଡ଼ରେ ଓଡ଼ିଆ ପ୍ରଯୋଜକ ଜିତେନ୍ଦ୍ରଙ୍କ ସିନେମା ‘ଦ ଲାଷ୍ଟ କଲର୍‌’

Ratnamani Maharana

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

Ratnamani Maharana