News

ପାକ୍ ବିଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ମୁସଲମାନ ହୋଇଥିବାରୁ ଦଣ୍ଡିତ ହେଲେ ସଲମାନ!

ପାକିସ୍ତାନ: ମୁସଲମାନ ବୋଲି ସଲମାନଙ୍କୁ କଠୋର ଦଣ୍ଡ ମିଳିଛି

ସଲମାନ ଖାନଙ୍କ ଜେଲ ଦଣ୍ଡାବେଶ ଦିଆଯିବାକୁ ନେଇ ପାକିସ୍ତାନର ବିଦେଶ ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ,ସଲମାନ ମୁସଲମାନ ହୋଇଥିବାରୁ ତାଙ୍କୁ କଠୋର ଦଣ୍ଡ ମିଳିଛି। ସଲମାନଙ୍କ ସହ ଶାସକଦଳର ସମ୍ପର୍କ ଥିଲେ ତାଙ୍କୁ କୋହଳ ଦଣ୍ଡାଦେଶ ହୋଇଥାନ୍ତା । କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ଟ୍ୱିଟ୍‌ କରି ପାକିସ୍ତାନ କ୍ରିକେଟର ସାହିଦ୍‌ ଆଫ୍ରିଦି ଭାରତୀୟଙ୍କ ରୋଷର ଶିକାର ହୋଇଥିଲେ । ଏବେ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଏପରି ଟିପ୍ପଣୀକୁ ବହୁ ଭାରତୀୟ ନାପସନ୍ଦ କରିଛନ୍ତି। ପାକିସ୍ତାନ ବାରମ୍ବାର ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଉଥିବାରୁ ଅନେକ ଲୋକ ଏହାର କଡ଼ା ନିନ୍ଦା କରିଛନ୍ତି। ପ୍ରକାଶ ଯେ ଦୀର୍ଘ ୨୦ ବର୍ଷ ପୁରୁଣା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍‌ଙ୍କୁ ଗୁରୁବାର ଜେଲ୍‌ ଯିବାକୁ ପଡ଼ିଛି।

ପାକ୍ ବିଦେଶ ମନ୍ତ୍ରୀଙ୍କର ଏପରି ଟ୍ୱିଟ୍‌ ପରେ, କିଛି ଲୋକ ଟ୍ୱିଟ୍‌ କରି କହିଛନ୍ତି ଯେ,ତବୁ ହାସମୀ ଏବଂ ସୌଫ ଅଲ୍ଲି ଖାନଙ୍କୁ ବି କୋର୍ଟ ଖଲାସ କରିଛି। ସେମାନେ କଣ ହିନ୍ଦୁ ଥିଲେ କି?

ସୂଚନା ଯୋଗ୍ୟ ,ଏହି ମାମଲାରେ ଯୋଧପୁରର ଏକ ଅଦାଲତ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଧାରା ୯/୫୧ ଅଧୀନରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ୧୦ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଛି। ମାମଲାର ଅନ୍ୟ ୪ ଅଭିଯୁକ୍ତ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌, ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ତବୁ ଓ ନୀଲମଙ୍କୁ ଦୋଷମୁକ୍ତ କରାଯାଇଛି।

ପଢନ୍ତୁ; ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ , ଶୀଘ୍ର ସୁଫଳ ମିଳିବ

Related posts

ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

ENO Beuro

No fly list – Banning Passengers From Flying If They Misbehave

ENO Beuro

ପୁଣି ଜାମିନ ଖାରଜ,ନିମାପଡ଼ା ଜେଲ ଗଲେ ଅଭିଜିତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More