News

ସଲମାନଙ୍କୁ ମିଳିଲା ଜାମିନ୍‌,ଖୁବ୍ ଶୀଘ୍ର ବାହାରିବେ ଜେଲରୁ!

ସଲମାନଙ୍କୁ ମିଳିଲା ବେଲ!

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବହୁ ଚର୍ଚ୍ଚିତ ୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ଶନିବାର ଯୋଧପୁରର ସେସନ କୋର୍ଟ ଶନିବାର ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କାର ଦୁଇଟି ବେଲଦଣ୍ଡ ଜରିଅାରେ ସଲମାନଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହା ପୂର୍ବରୁ କୋର୍ଟ ତାଙ୍କୁ ଗୁରୁବାର ଏହି ମାମଲାରେ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।ଏଥି ସହ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଥିଲେ।

ଏବେ ସଲମାନ ଜେଲରୁ ବାହାରି ପାରିବେ। ସେସନ କୋର୍ଟର ଏହି ଆଦେଶର କପିକୁ ସିଜେଏମ ଅଦାଲତକୁ ପଠାଯିବ। ଏହା ପରେ ସଲମାନଙ୍କୁ ଜେଲରୁ ମୁକ୍ତ କରିବାର ଆଦେଶକୁ ଯୋଧପୁରର ସେଣ୍ଟ୍ରାଲ ଜେଲକୁ ପଠାଯିବ। ଦୁଇ ରାତି ଜେଲରେ କାଟିବା ପରେ ଶେଷରେ ଭାଇଜାନ ଆଜି ଜେଲରୁ ସନ୍ଧ୍ୟା ସୁଦ୍ଧା ମୁକୁଳିବାର ଅାଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତ ଗୁରୁବାର ଯୋଧପୁର ସେସନ୍‌ସ କୋର୍ଟ ଅଭିନେତା ସଲମାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରିଥିଲେ। ଯୋଧପୁର ସେଣ୍ଟ୍ରାଲ୍‌ ଜେଲରେ ଦୁଇଦିନ ରହିବା ପରେ ସଲମାନଙ୍କୁ ଆଜି ଜାମିନ୍‌ ମିଳିଛି। ଖୁବ୍‌ ଶୀଘ୍ର ସେ ଜେଲରୁ ବାହାରକୁ ଆସିବେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କମାନେ ଖୁବ୍‌ ଖୁସି ହୋଇଯାଇଛନ୍ତି। ସଲମାନଙ୍କୁ ଭେଟିବା ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସଲମାନଙ୍କୁ ମିଳିଲା ଜାମିନ୍‌,ଖୁବ୍ ଶୀଘ୍ର ବାହାରିବେ ଜେଲରୁ! salmanm

ପଢନ୍ତୁ; ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

Related posts

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର – ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

Krishna Kumar Manoj

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

Krishna Kumar Manoj

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More