• Home
  • Entertainment
  • ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି
Entertainment

ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି

ଯୋଧପୁର ଜେଲରେ ଟାଇଗର୍

କୃଷ୍ଣକାୟ ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ସଲମାନଙ୍କୁ ଦୋଷୀ ବୋଲି ଘୋଷଣା କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି । କିନ୍ତୁ ସୈଫ,ତବୁ,ନୀଲମ ଏବଂ ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରାଯାଇଛି । ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୫ ବର୍ଷ ଜେଲ ଦଣ୍ଡ ହୋଇଛି । ଏହା ପୂର୍ବରୁ ମଧ୍ୟ ସଲଏମାନ ୨ ଥର ଜେଲ ସଜା କାଟି ସାରିଛନ୍ତି । ତେବେ ଆଜି ସଲମାନଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଏବେ ସମସ୍ତଙ୍କ ନଜର ସଲମାନ ସାଧାରଣ କଏଦୀଙ୍କ ଭଳି ସେ ଯୋଧପୁର ଜେଲରେ ରହିବେ ନା ତାଙ୍କପାଇଁ କିଛି ଖାସ ବନ୍ଦୋବସ୍ତ ହେବ । ହେଲେ ଯୋଧପୁର ଜେଲ କର୍ତୃପକ୍ଷଙ୍କ ସୂଚନା ଅନୁସାରେ, କଏଦୀ ନମ୍ବର-୧୦୬ ଅର୍ଥାତ ବଲିଉଡ ଭାଇଜାନ ସଲମାନ ଖାନ ଜେଲରେ ଅନ୍ୟ ସାଧାରଣ କଏଦୀଙ୍କ ଭଳି ରହିବେ । ଏବେ ସେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ପଡୋଷୀ । ଅର୍ଥାତ ଦୁଷ୍କର୍ମ ଅଭିଯୋଗରେ ଗିରଫ ବାବା ଆଶାରାମ ବାପୁ ରହୁଥିବା ୱାର୍ଡର ପାଖ ୱାର୍ଡରେ ରହୁଛନ୍ତି ଅଭିନେତା ସଲମାନ ଖାନ ।

ଯୋଧପୁର କେନ୍ଦ୍ରୀୟ କାରାଗାରର ୨ ନମ୍ବର ୱାର୍ଡରେ ରହୁଛନ୍ତି ସଲମାନ । ଯାହାର ଲମ୍ବ ୧୦ଫୁଟ ଏବଂ ଓସାର ୧୦ଫୁଟ । ଏଠାରେ ତାଙ୍କୁ ଚଟାଣରେ ଶୋଇବାକୁ ପଡିବ ଓ ୪୦ ଡିଗ୍ରୀ ଖରାକୁ ମୁକାବିଲା କରିବା ପାଇଁ କେବଳ ଗୋଟିଏ ସିଲିଂ ଫ୍ୟାନ ଯୋଗାଇ ଦିଆଯିବ । ଗୁରୁବାର ବିରଳ ଜଙ୍ଗଲି ଜନ୍ତୁ ହତ୍ୟା ମାମଲାରେ ବଲିଉଡ ଟାଇଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସିଜେଏମ କୋର୍ଟ।

ମିଳିଥିବା ସୂଚନା ଅନୁସାରେ ଅଭିନେତା ସଲମାନ ଖାନ ଯେତେବେଳେ ଯୋଧପୁର ସେଂଟ୍ରାଲ ଜେଲରେ ପହଂଚିଲେ କେତେକ ଯୁବ ହୋମଗାର୍ଡ ତାଙ୍କୁ ଘେରିଯାଇ ଅଟୋଗ୍ରାଫ ଓ ସେଲଫି ନେବାକୁ ଚାହିଁଥିଲେ । ହେଲେ ଏହାକୁ ଅତି ନମ୍ରତାର ସହ ହାତଯୋଡି ଅସ୍ୱୀକାର କରିଥିଲେ ସଲମାନ ଖାନ ।

ଜେଲରେ ଅନ୍ୟ ସାଧାରଣ କଏଦୀଙ୍କ ଭଳି ଖାଦ୍ୟ ଖାଇଛନ୍ତି ଭାଇଜାନ୍ । ଚଣା ଡାଲି, ବନ୍ଧାକୋବି ଓ ରୁଟି ଖାଇଛନ୍ତି ସଲମାନ ଖାନ । ଅଭିନେତା ସଲମାନ ଖାନଙ୍କୁ ଏକୁଟିଆ ଏକ କୋଠରୀରେ ରଖିବାକୁ ଜେଲ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ସେହିପରି ୪୦ ଡିଗ୍ରୀ ଖରାରେ ତାଙ୍କୁ କେବଳ ସିଲିଂ ଫ୍ୟାନ ଯୋଗାଇ ଦିଆଯିବ ।

ଜେଲ କର୍ତୃପକ୍ଷ ତାଙ୍କୁ ମାନସିକ ଚାପରେ ଅଛନ୍ତି କି ବୋଲି ପ୍ରଶ୍ନ କରିବା ସହ କିଛି ଔଷଧ ଆବଶ୍ୟକ କରୁଛନ୍ତି କି ବୋଲି ପଚାରିଥିଲେ । ହେଲେ ସଲମାନ କହିଥିଲେ ସେ ଠିକ ଅଛନ୍ତି ଏବଂ ଏହି ଜେଲରେ ପୂର୍ବରୁ ଅଛନ୍ତି । ତେବେ ଜେଲ ଭିତରେ ନିଜର ନାଇଟ ଡ୍ରେସ ପିନ୍ଧିବାକୁ ଇଚ୍ଛି କରିଥିଲେ ସଲମାନ । ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା ।

ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି salman 2

ପଢନ୍ତୁ ;

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ସବୁ ଜୁସ୍

Related posts

ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ !

Krishna Kumar Manoj

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

Krishna Kumar Manoj

ଭାଲେଣ୍ଟାଇନ ଡ଼େକୁ ସ୍ପେଶିଆଲ କରିବାକୁ ଚାହୁଁଛନ୍ତି କି ?ତେବେ ନିଶ୍ଚୟ ଦେଖନ୍ତୁ ଏହି ଗୀତଟି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More