News

ଶେଷ ହେଲା ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ,ରାୟ ଅପରାହ୍ଣ ୨ଟା ପରେ!

ସଲ୍‌ମାନଙ୍କ ଜାମିନ ଆବେଦନର ଶୁଣାଣି,ବେହୋସ ହେଲେ ଭଉଣୀ ଅଲ୍‌ବିରା

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଥିଲା। ଯୋଧପୁର ସେଣ୍ଟ୍ରାଲ ଜେଲରେ ୧୦୬ନମ୍ବର ଅପରାଧୀ ଭାବରେ ୫ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ସଲମାନ ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ସଲମାନଙ୍କୁ ସେଣ୍ଟ୍ରାଲ ଜେଲକୁ ଯିବାକୁ ପଡ଼ିଥିଲା। ଉକ୍ତ ମାମଲାରେ ଜାମିନ ପାଇଁ ଗୁରୁବାର ସଲମାନଙ୍କ ଓକିଲ ସେସନ କୋର୍ଟରେ ଆବେଦନ କରିଥିଲେ।

ସଲମାନ୍‌ ଖାଁ’ଙ୍କ ଏହି ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଅପରାହ୍ଣ ୨ଟା ପରେ ନିଷ୍ପତ୍ତି ଶୁଣାଯିବ। ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍‌ ତାଲିକାର ୧୫ ନମ୍ବରରେ ଥିଲା ସଲମାନ୍‌ଙ୍କର ଆବେଦନ ମାମଲା।

ଅଦାଲତରେ ପ୍ରଥମେ ହାଜର ହୋଇଥିଲେ ସଲମାନ୍‌ଙ୍କ ଭଉଣୀ ଓ ଅଙ୍ଗରକ୍ଷୀ ଅଦାଲତରେ ପହଞ୍ଚିଥିଲେ। ବିଚାରପତି ଦେବ କୁମାର ଖାତ୍ରୀଙ୍କୁ ପଦନ୍ନୋତି ଦିଆଯାଇ ବଦଳି କରାଯାଇଥିବାରୁ ନୂତନ ବିଚାରପତି ରବୀନ୍ଦର୍‌ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଯିବ ବୋଲି ବିଚାରପତି ଘୋଷଣା କରିଛନ୍ତି।

ଶେଷ ହେଲା ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ,ରାୟ ଅପରାହ୍ଣ ୨ଟା ପରେ! salman 3

ପଢନ୍ତୁ; ଆଇପିଏଲ ୨୦୧୮: ଏଥର ଦୂରଦର୍ଶନରେ ହେବ ଆଇପିଏଲ ମ୍ୟାଚର ପ୍ରସାରଣ

Related posts

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

ENO Beuro

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଔଷଧୀୟ ଚାରା ବୋର୍ଡର ସପ୍ତମ ବୈଠକ

ENO Beuro

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More