Entertainment

ସଲମାନ ଖାନଙ୍କ ରିଲିଜ ହେଲା ‘ରେସ୍‌-୩’ ର ପ୍ରଥମ ପୋଷ୍ଟର

By ENO Beuro

March 20, 2018

ଭିନ୍ନ ଅନ୍ଦାଜରେ ସଲମାନ

‘ରେସ୍‌-୩’ର ଷ୍ଟାରମାନଙ୍କୁ ନେଇ ଚର୍ଚା ହେଉଥିବା ବେଳେ ଏବେ ଏହାର ପୋଷ୍ଟରକୁ ନେଇ ଚର୍ଚା ଆରମ୍ଭ ହୋଇଛି । ‘ରେସ୍‌-୩’ର ପ୍ରଥମ ପୋଷ୍ଟର ରିଲିଜ ହୋଇ ଯାଇଛି । ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ।

ରିଲିଜ ହୋଇଥିବା ପୋଷ୍ଟରରେ ସେ ଏକା ନଜର ଆସୁଥିବା ବେଳେ ଏହାକୁ ସେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସଲମାନଙ୍କ ଏହି ନୂଆ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି ଦର୍ଶକେ । ଅବୁ ଧାବିରେ ‘ରେସ୍‌-୩’ର ସୁଟିଂ କରୁଥିବା ସଲମାନ ଏହି ଫିଲ୍ମ ପାଇଁ ଏକ ଗୀତ ଲେଖିଛନ୍ତି ବୋଲି ଖବର ଆସିଥିଲା ।

ପୂର୍ବରୁ ଗୀତ ଗାଇ ତାଙ୍କ ଫ୍ୟାନ୍‌ମାନଙ୍କୁ ମତୁଆଲା କରିଥିବା ସଲମାନଙ୍କ ଆଗାମୀ ଗୀତକୁ ଉତ୍ସାହର ସହ ଦର୍ଶକେ ଅପେକ୍ଷା କରିଛନ୍ତି ବୋଲି ଖବର ପ୍ରସାରିତ ହେବା ପରେ ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି ।

ଇଦ୍‌ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡ଼ିସୁଜା । ସଲମାନଙ୍କ ସହ ଏଥିରେ ନଜର ଆସୁଛନ୍ତି ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିିଜ୍‌, ବବି ଦେଓଲ,ଅନିଲ କପୁର, ଡ଼େଜି ଶାହା ଏବଂ ସକିବ୍‌ ସଲିମ୍‌ ।

ପଢନ୍ତୁ ;

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ