ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

ସଲମାନଙ୍କ  ଜାମିନ ବିଚାର

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ସଲମାନଙ୍କ ଜାମିନ ଆବେଦନର ରାୟ ଶନିବାର ପ୍ରକାଶ ପାଇବ ବୋଲି ଶୁକ୍ରବାର ବିଚାରପତି ରବୀନ୍ଦ୍ର କୁମାର ଯୋଶୀ ସୂଚିତ କରିଛନ୍ତି ।

ଯୋଧପୁର ସେଣ୍ଟ୍ରାଲ ଜେଲରେ ୧୦୬ନମ୍ବର ଅପରାଧୀ ଭାବରେ ୫ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ସଲମାନ ଆଜି ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ସଲମାନଙ୍କୁ ସେଣ୍ଟ୍ରାଲ ଜେଲକୁ ଯିବାକୁ ପଡ଼ିଥିଲା। ଉକ୍ତ ମାମଲାରେ ଜାମିନ ପାଇଁ ଗୁରୁବାର ସଲମାନଙ୍କ ଓକିଲ ସେସନ କୋର୍ଟରେ ଆବେଦନ କରିଥିଲେ ।

ଶନିବାର ଜାମିନ ଉପରେ କୌଣସି ବିଚାର ହୋଇ ନ ପାରିଲେ ସଲମାନଙ୍କୁ ସୋମବାର ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡିବ । ଜାମିନ ଖାରଜ ହୋଇଗଲେ ତାଙ୍କୁ ହାଇକୋର୍ଟ ଯିବାକୁ ପଡିବ ବୋଲି ଆକଳନ କରାଯାଉଛି । ସମ୍ପ୍ରତି ସେ ଯୋଧପୁର କେନ୍ଦ୍ରୀୟ କାରାଗାରାର ବ୍ୟାରକ ନମ୍ବର ୨ର ସେଲ୍‌ ନମ୍ବର ୨ରେ ରହିଛନ୍ତି ।

ପଢନ୍ତୁ ;

ଆଉ ଥରେ ଦୀପିକା ରଣବୀର ଏକାଠି

ସଲମାନଙ୍କ ଜାମିନ ଆବେଦନର ରାୟ ଶନିବାର ପ୍ରକାଶ ପାଇବ ବୋଲି ଶୁକ୍ରବାର ବିଚାରପତି ରବୀନ୍ଦ୍ର କୁମାର ଯୋଶୀ ସୂଚିତ କରିଛନ୍ତି - 4.6

92%

ଶନିବାର ଜାମିନ ଉପରେ କୌଣସି ବିଚାର ହୋଇ ନ ପାରିଲେ ସଲମାନଙ୍କୁ ସୋମବାର ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡିବ - 4.6

91%
4.6/5

Excellent!

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ସଲମାନଙ୍କ ଜାମିନ ଆବେଦନର ରାୟ ଶନିବାର ପ୍ରକାଶ ପାଇବ ବୋଲି ଶୁକ୍ରବାର ବିଚାରପତି ରବୀନ୍ଦ୍ର କୁମାର ଯୋଶୀ ସୂଚିତ କରିଛନ୍ତି ।

No Votes Yet

You're not rated yet