Entertainment

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

କଶ୍ମୀରରେ ସଲମାନ

ବଲିଉଡ ଷ୍ଟାର ସଲମାନ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ଶୁଟିଂ ପାଇଁ ଏବେ ଜମ୍ମୁ-କଶ୍ମୀରରେ ଅଛନ୍ତି । ଫିଲ୍ମ ନିର୍ମାତା ରମେଶ ତୌରାନୀ ଏବଂ ତାଙ୍କ ଟିମ୍‌ ମଧ୍ୟ ସଲମାନଙ୍କ ସହ ଏବେ କଶ୍ମୀରରେ ଅଛନ୍ତି । ସୋମବାର ସେଠାରେ ପହଞ୍ଚିବା ପରେ ସେ ତାଙ୍କର ଆଗାମୀ ଫିଲ୍ମ ରେସ୍‌-୩ର ଶୁଟିଂ କାମ ଆରମ୍ଭ କରିଦେଇଛନ୍ତି ।

ଏଠାରେ ପହଞ୍ଚିବା ପରେ ସଲମାନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସହ ସାକ୍ଷାତ କରିଛନ୍ତି । ଜମ୍ମୁ କଶ୍ମୀରର ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍‌ ଷ୍ଟେସନ୍‌ ସୋନମାର୍ଗରେ ଶୁଟିଂ ପାଇଁ ପହଞ୍ଚିଛନ୍ତି ରେସ୍‌ ୩ ଟିମ୍‌ । ତାଙ୍କ ସହ ନାୟିକା ଜ୍ୟାକଲିନ୍‌ ମଧ୍ୟ ଏବେ କଶ୍ମୀରରେ ଅଛନ୍ତି । ଏହି ଶୁଟିଂ ସରିବା ପରେ ଲଦାଖରେ ଏକ ଗୀତ ଶୁଟିଂ ହେବାର କାର୍ଯ୍ୟକ୍ରମ ରହିଛି ।

ସଲମାନ ୩ ବର୍ଷ ପରେ କଶ୍ମୀର ଯାଇଛନ୍ତି। ଏହାପୂର୍ବରୁ ସେ ନିଜ ସିନେମା ‘ବଜରଙ୍ଗୀ ଭାଇଜାନ’ର କ୍ଲାଇମାକ୍ସ ସିନ୍‌ ଶୁଟିଂ କଶ୍ମୀରରେ କରିଥିଲେ । ତୌରାନୀ ନିଜ ଟ୍ବିଟର ଆକାଉଣ୍ଟାର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ମେହବୁବାଙ୍କ ସହ ସଲମାନ, ତୈରାନୀ ଏବଂ ସଲମାନଙ୍କ ବଡିଗାର୍ଡ ଶେରା ନଜର ଆସୁଛନ୍ତି । ସଲମାନଙ୍କ ସହ ରେସ୍‌ ୩ ଫାଇନାଲ ଲ୍ୟାପ୍‌ ପାଇଁ କଶ୍ମୀରରେ ସେମାନଙ୍କୁ ସ୍ବାଗତ କରିବା ଲାଗି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଧନ୍ୟବାଦ ବୋଲି ତୌରାନୀ ଟ୍ବିଟ୍‌ କରି ଲେଖିଛନ୍ତି ।

ରେସ ୩ ସିନେମାରେ ସଲମାନଙ୍କ ବ୍ୟତୀତ ଅନୀଲ କପୁର, ବବି ଦେଓଲ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ଡେଜି ଶାହ ଏବଂ ସାକିବ ସଲିମ ମଧ୍ୟ ଅଭିନୟ କରୁଛନ୍ତି । ଚଳିତ ବର୍ଷ ଇଦ୍‌ରେ ଫିଲ୍ମ ରିଲିଜ୍‌ ହେବାକୁ ଥିବାରୁ ଏହାର ଶୁଟିଂ କାମ ଜୋରସୋରରେ ଚାଲିଥିବା ଏହାର ନିର୍ମାତା ପ୍ରକାଶ କରିଛନ୍ତି ।

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ salman 7

ପଢନ୍ତୁ ;

ନୂଆ ରୂପରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ

Related posts

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

Krishna Kumar Manoj

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ସୋନାମ କପୁର !

ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏହି ରୋମାଣ୍ଟିକ୍ ଯୋଡ଼ି

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More