EnewsOdia.Com

ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ମାନଙ୍କ ପାଇଁ ସଲ୍‌ମାନ୍‌ଙ୍କ ଉପହାର

ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ଙ୍କୁ କୁହାଯାଏ ମୋଷ୍ଟ ଏଲିଜିବଲ୍‌ ବ୍ୟାଚ୍‌ଲର୍‌। ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ ଯେ ସେ କେବେ ବାହା ହେବେ। ହେଲେ ସଲ୍‌ମାନ୍‌ ବାସ୍‌ ଗୋଟିଏ ଉତ୍ତର ଦିଅନ୍ତି,  ମୁଁ ବି ଜାଣିନାହିଁ କିନ୍ତୁ ମୁଁ ସିଙ୍ଗଲ୍ ଭାବେ ଖୁସି ଅଛି’। ସଲ୍‌ମାନ୍‌ଙ୍କ ଏହି ସ୍ୱାଗ୍‌ ସମସ୍ତଙ୍କ ମନ ଜିତି ନିଏ। ଆଉ ଏବେ ଭାଲେଣ୍ଟାଇନ୍‌ ୱିକ୍‌ରେ ନିଜ ରିଲେଶନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ସେ ଏକ ମ୍ୟୁଜିକ୍‌ ଭିଡିଓ ନେଇ ଆସିଛନ୍ତି। ଯାହାର ନାଁ ହେଉଛି ‘ସ୍ୱାଗ୍‌ ସେ ସୋଲୋ’।

ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ ଥିବା ଯୁବକମାନଙ୍କର ମନୋବଳ ବଢ଼ାଇଛନ୍ତି। ଏଥିରେ ସେ ସିଙ୍ଗଲ୍‌ ରହିଲେ କ’ଣ କ’ଣ ଫାଇଦା ମିଳେ ସେ ବିଷୟରେ କହିଛନ୍ତି। ଗୀତଟିକୁ ରେମୋ ଡିସୌଜା କୋରିଓଗ୍ରାଫି କରିଥିବାବେଳେ ଏହାର ମ୍ୟୁଜିକ୍‌ ତନିସ୍କ ବାଗଚୀ ଦେଇଛନ୍ତି। ଗୀତଟି ଏକ ପ୍ରକାରର ବିଜ୍ଞାପନ ଯାହାକି ଏକ ଥଣ୍ଡା ପେୟ କମ୍ପାନୀ ପାଇଁ ତିଆରି ହୋଇଛି।

ପଢନ୍ତୁ: ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ

ସମ୍ବନ୍ଧିତ ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌

Ratnamani Maharana

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

Ratnamani Maharana

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana