EnewsOdia.Com

ଏହି ବ୍ୟକ୍ତିଙ୍କ ନିକଟରୁ ଟଙ୍କା ଉଧାର ଆଣିଛନ୍ତି ସଲମାନ୍‌

ସମସ୍ତ ଜାଣନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଅଧିକ ଟଙ୍କା ଇନ୍‌କମ୍‌ କରୁଥିବା ସେଲେବ୍ରେଟି ମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ଆପଣ ଜାଣନ୍ତି ବଲିଉଡ୍‌ ଭାଇଜାନ୍‌ ବି ଟଙ୍କା ଉଧାରରେ ଆଣିଛନ୍ତି। ସବୁଠାରୁ ବଡ଼ କଥା ଉଧାରରେ ଆଣିଥିବା ଏହି ଟଙ୍କାକୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଫେରାଇ ନାହାନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏକ ଇଭେଣ୍ଟ୍‌ରେ ସଲମାନ୍‌ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ନିକଟରୁ ସେ ୧ ଟଙ୍କା ୨୫ ପଇସା ଉଧାର ଆଣିଥିବା କଥା ସଲମାନ୍‌ କହିଛନ୍ତି।

ସେ କହିଛନ୍ତି, “ଦିନେ ମୁଁ ଘରୁ ବାହାରି ଆସିଥିଲି। ହେଲେ ସେତେବେଳେ ମୋ ପାଖରେ ଟଙ୍କା ନଥିଲା। ତା’ପରେ ମୁଁ କାକା(ସାଇକେଲ୍‌ ମେକାନିକ୍‌)ଙ୍କୁ କହିଥିଲି, କାକା ମୋର ସାଇକେଲ୍‌ ଠିକ୍‌ କରି ଦିଅନ୍ତୁ ଓ ପରେ ମୁଁ ଟଙ୍କା ଦେଇ ଦେବି। ଏହାଶୁଣି ସେ ମୋତେ କହିଥିଲେ, ‘ତୁ ଛୋଟ ବେଳେ ବି ଏମିତି କଥା କହୁଥିଲୁ। ସେତେବେଳେ ବି ତୁ ସାଇକେଲ୍‌ ଠିକ୍‌ କରିଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ତା’ର ଟଙ୍କା ଦେଇନୁ। ତୋର ଆଜିବି ୧ ଟଙ୍କା ୨୫ ପଇସା ଉଧାର ଅଛି।’ ତାଙ୍କର ଏହି କଥା ଶୁଣି ମୋତେ ବହୁତ ହସ ଲାଗିଥିଲା।” ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି, ମୁଁ ଯେତେବେଳେ ସାଇକେଲ୍‌ ମେକାନିକ୍‌ଙ୍କ ଏହି ଉଧାର ଟଙ୍କା ଦେବାକୁ ଚେଷ୍ଟା କରିଥିଲେ। ହେଲେ ସେ(ସାଇକେଲ୍‌ ମେକାନିକ୍‌) ଏହି ଟଙ୍କା ନେବାକୁ ମନା କରି ଦେଇଥିଲେ।

ପଢନ୍ତୁ: ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

ସମ୍ବନ୍ଧିତ ଖବର

କ୍ରିଶ୍-୪ରେ ଦୀପିକା

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana

ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

Ratnamani Maharana

ବାବୁସାନ ପ୍ରେମରେ ଅଶୋକ ପତି

Ratnamani Maharana

ତିନି ଦିନରେ ୫୦ କୋଟି ଆୟ କଲା ‘ହାଉସଫୁଲ୍-୪’

Ratnamani Maharana

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌

Ratnamani Maharana