• Home
  • Entertainment
  • ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସଲମାନ ! ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ଭାଇଜାନଙ୍କୁ
Entertainment

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସଲମାନ ! ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ଭାଇଜାନଙ୍କୁ

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ଭାଇଜାନ ସଲମାନ ଖାନ । ଏବେ କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ଏକ ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ପ୍ରଶଂସକ । ନିର୍ଦ୍ଦେଶକ ଅଲି ଅବାସ ଜାଫର କହିଛନ୍ତି ଯେ , ସଲମାନ ଅପକମିଂ ସିନେମା ‘ଭାରତ’ରେ ଖୁବଶିଘ୍ର ପରଦାରେ ଧମାଲ କରିବାକୁ ଆସୁଛନ୍ତି ।

ଏହି ଚଳଚିତ୍ରର ବିଶେଷତ୍ୱ ହେଲା ଏଥିରେ ସଲମାନଙ୍କୁ ୫ଟି ଅବତାରରେ ଦେଖିବାକୁ ମିଳିବ । ଅର୍ଥାତ ଏଥିରେ ୫ଟି ବେଶରେ ଦେଖିବାକୁ ମିଳିବେ ଭାଇଜାନ । ‘ଭାରତ’ ବିଷୟରେ ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ଏହି ସିନେମାର ପ୍ରଯୋଜକ ହେଉଛନ୍ତି  ଅତୁଲ  । ସେ କହିଛନ୍ତି ଯେ, ‘ଭାରତ’ ହେଉଛି ସଲମାନଙ୍କ ଚରିତ୍ର ଦୃଷ୍ଟିକୋଣରୁ ଭାରତ ବିଷୟରେ ଏକ ସୁନ୍ଦର କାହାଣୀ ।

ସିନେମାର କାହାଣୀ ଅନୁସାରେ  ୭୦ ବର୍ଷ ସମୟ ମଧ୍ୟରେ ସଲମାନ ୫ଟି ବେଶରେ ଅବତୀର୍ଣ୍ଣ ହେବେ । ସିନେମାର କାହାଣୀ ୧୯୪୦ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ତଦନୁଯାୟୀ ସଲମାନଙ୍କୁ ଦେଖିବାକୁ ମିଳିବ । ପ୍ରତିଟି ଅବତାର ପରସ୍ପରଠାରୁ ଭିନ୍ନ ରହିବ । ଫେବୃୟାରୀ ୬ରୁ ସିନେମାର ସୁଟିଂ ଆରମ୍ଭ ହେବ ।

ତେବେ ସିନେମାରେ ସଲମାନଙ୍କ ବିପକ୍ଷରେ କେଉଁ ହିରୋଇନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।  ସୂଚନା ଅନୁଯାୟୀ ଏହି ସିନେମା ୨୦୧୯ ଜୁନରେ ଇଦ ବେଳକୁ ରିଲିଜ ହେବ ବୋଲି କୁହାଯାଉଛି ।

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ସଲମାନ ! ସିନେମାରେ ପାଂଚ ଅବତାରେ ଦେଖିବାକୁ ପାଇବେ ଭାଇଜାନଙ୍କୁ salman 1

ପଢନ୍ତୁ ;

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

Related posts

୧୦ ବର୍ଷ ପରେ ପୁଣି ନଜର ଆସିବେ ଏହି ଯୋଡି

Krishna Kumar Manoj

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ

Krishna Kumar Manoj

ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ହେବେ ଜାହ୍ନବୀ କପୁର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More