• Home
  • Entertainment
  • ରିଲିଜ୍ ହେଲା ସଲମାନ ଖାନଙ୍କ ରେସ୍‌-୩ ଟ୍ରେଲର !
Entertainment

ରିଲିଜ୍ ହେଲା ସଲମାନ ଖାନଙ୍କ ରେସ୍‌-୩ ଟ୍ରେଲର !

କିଛି ସମୟ ମଧ୍ୟରେ ରେସ୍‌-୩ ଟ୍ରେଲରକୁ ଦେଖି ସାରିଲେଣି ୪ଲକ୍ଷରୁ ଅଧିକ ଲୋକ

ସଲମାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଅନେକ ଦିନର ଅପେକ୍ଷା ପରେ ରେସ୍-୩ର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ସଲମାନ ଖତରନାକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ସବୁଠୁ ଭଲ କଥା ହେଉଛି, ଟ୍ରେଲର ରିଲିଜ୍‌ ହେବାର ମାତ୍ର କେଇ ଘଣ୍ଟା ଭିତରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି ।

ଫିଲ୍ମଟି ଜୁନ୍‌ ୧୫ରେ ରିଲିଜ୍‌ ହେବ । ଏହାର ନିର୍ଦ୍ଦେଶନା ରେମୋ ଡିସୁଜା ଦେଇଛନ୍ତି । ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ସଲମାନ ଖାନ୍ ଓ ରମେଶ ତେରାନି । ସଲମାନଙ୍କ ପୂର୍ବ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି । ତାଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ଭାରତରେ ୩୩୯ କୋଟି ଟଙ୍କା ଆୟ କରିଥିଲା । ‘ବଜରଙ୍ଗି ଭାଇଜାନ୍’ ଓ ‘ସୁଲତାନ’ ମଧ୍ୟ ଭଲ ଆୟ କରିଥିଲା । ଏପରି କ୍ଷେତ୍ରରେ ରେସ୍‌-୩ ମଧ୍ୟ ୩୦୦ କୋଟି ଟଙ୍କା ପାର କରିବ ବୋଲି ଆଶା କରାଯାଉଛି ।

ଟ୍ରେଲରରେ ସଲମାନଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, ବବି ଦେୱଲ ଓ ଅନିଲ କପୁର ମଧ୍ୟ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି । ଏଥିରେ ସଲମାନଙ୍କ ଡାଇଲଗକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଯେଉଁଥିରେ ସେ କହୁଛନ୍ତି, ‘ ଜିସ୍‌ ରେସ୍‌ ସେ ମୁଝେ ନିକାଲନେ କି କୋଶିଶ୍ କର ରହେ ହେ, ୟେ ବେୱକୁଫ୍ ନହିଁ ଜାନତେ କି ଇସ୍ ରେସ୍‌କା ସିକନ୍ଦର ମେ ହୁଁ ।’

ରିଲିଜ୍ ହେଲା ସଲମାନ ଖାନଙ୍କ ରେସ୍‌-୩ ଟ୍ରେଲର ! race 3

ପଢନ୍ତୁ ;

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

Related posts

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”!

Krishna Kumar Manoj

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

Krishna Kumar Manoj

‘ଟୋକାଟା ଫସିଗଲା’ ସିନେମାରେ ପ୍ରଥମ ଥର ନଜର ଆସିବେ ଏହି ଯୋଡି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More