Entertainment

ଶେଷ କଲେ ସଲମାନ ଖାନ ‘ଦଶ କା ଦମ୍‌’ର ଟ୍ରିଜର ଓ ପ୍ରୋମ ସୁଟିଂ

ଜୁନରେ ଆରମ୍ଭ ହେବ ସୋ

ବଲିଉଡ ଭାଇଜାନ ସଲମାନ ଖାନ ୨୦୦୮ ମସିହାରେ ଛୋଟପରଦାରେ ପ୍ରସାରିତ ହେଉଥିବା ତାଙ୍କର ସୁପରହିଟ ସୋ’ ‘ଦଶ କା ଦମ୍‌’ର ସିକ୍ୱିଲରେ ଖୁବ୍‌ଶୀଘ୍ର ନଜର ଆସିବା ପାଇଁ ଯାଉଛନ୍ତି । ତେବେ ବର୍ତ୍ତମାନ ଏହାର ଟ୍ରିଜର ଏବଂ ପ୍ରୋମ ସୁଟିଂ ଶେଷ ହୋଇଥିବା ବେଳେ ବହୁତ ଶୀଘ୍ର ଏହା ଟେଲିଭିଜନରେ ଲଞ୍ଚ କରିବା ପାଇଁ ଯାଉଛି।

ତେବେ ଏହି ସୋ’କୁ ଟିଭି ସହ ଘରେ ବସି ଦେଖୁଥିବା ଦର୍ଶକମାନେ ମଧ୍ୟ ଖେଳି ପାରିବେ । ‘ଦଶ କା ଦମ୍‌’ ସୋ’ଟି ସୋନି ଟିଭିରେ ପ୍ରସାରିତ ହେବା ପାଇଁ ଯାଉଛି। ପୂର୍ବରୁ ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡ଼ ପତି’ରେ ଦର୍ଶକଙ୍କୁ ଘରେ ବସି ଖେଳିବାର ମଉକା ମିଳିଥିଲା ।

ତେବେ ବର୍ତ୍ତମାନ ଏହି ସୋ’ରେ ମଧ୍ୟ ସେହିପରି ବ୍ୟବସ୍ଥା କରିବା ପାଇଁ ଚିନ୍ତା କରିଛି ସୋନି ଟିଭି । ୧୦ ବର୍ଷ ପୂର୍ବରୁ ସୋନି ଟିଭରେ ଆସୁଥିବା ଦଶ କା ଦମ୍‌ର ଉପସ୍ଥାପନା ଦ୍ୱାୟିତ୍ୱରେ ଥିବା ସଲମାନ ଖାନ ପୁଣି ଥରେ ଏହି ସଂସ୍କରଣର କରୁଛନ୍ତି ଉପସ୍ଥାପନା । ତେବେ ଜୁନ ମାସରେ ଏହି ବହୁ ଚର୍ଚ୍ଚିତ ସୋ’ ପ୍ରସାରଣ ହେବାର ସୂଚନା ରହିଛି।


ପଢନ୍ତୁ ;

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

Related posts

୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବେ ଏହି ଯୋଡି

ENO Beuro

ମହାଭାରତର ସିରିଜ୍ ପାଇଁ ହେବ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ,ସହ ନିର୍ମାତା ହେବେ ମୁକେଶ ଅମ୍ବାନୀ !

ENO Beuro

ଟାଲିନ୍‌ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ଲାଗି ‘ହାଲୋ ଆର୍ସି’ ମନୋନୀତ

ENO Beuro

Leave a Comment