News

ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

salman

ଦୁଲିକିଲା ବାରବାଟୀ ଷ୍ଟାଡିୟମ। କଟକରେ ଜଲୱା ଦେଖାଇଲେ ଭାଇଜାନ୍ । କଟକ ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ୍ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଲମାନ ଖାନ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଲମାନ ଖାନଙ୍କୁ ସ୍ୱାଗତ କରିବା ସହ ମଂଚ ଉପରେ ସମ୍ବର୍ଦ୍ଧିତ କରିଛନ୍ତି ।

କଟକକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ଭାଇଜାନ୍ । ସେ କହିଥିଲେଯେ, ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବହୁତ ସୁନ୍ଦର । କଟକ ପ୍ରସିଦ୍ଧ ଦହିବରା ଓ ଆଳୁଦମ ଖାଇ ମୁମ୍ବାଇ ଫେରିବେ । ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ହକିର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ।

nabin

ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରି ସଲମାନ କହିଲେଯେ, ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନଯାପନ ତାଙ୍କୁ ବେଶ ପ୍ରଭାବିତ କରିଛି । ନବୀନ ବାବୁଙ୍କର ଦୁଇ ହଳ କୋହ୍ଲାପୁରୀ ଚପଲ ଓ ୪ ହଳ ପାଇଜାମା ଅଛି । କ୍ଷମତାରେ ଥାଇ ଏପରି ସରଳ ଜୀବନଯାପନ କରୁଥିବା ନବୀନ ବାବୁ ତାଙ୍କର ଆଦର୍ଶ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ବାଲିଯାତ୍ରା କେମିତି ଚାଲିଛି? ଜୟ ଜଗନ୍ନାଥ। ମୁଁ ତୁମକୁ ଭଲପାଏ…। ବାସ୍‌ ଏଇ କେଇପଦର ଓଡ଼ିଆ କଥା କହି ବାରବାଟୀରେ ଭାଇଚାରାରେ ଯୋଡ଼ି ହୋଇଯାଇଥିଲେ ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌।

ପଢନ୍ତୁ; ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

Related posts

ମୋଦି କ୍ଷମତାକୁ ଆସିଲେ ରାଜନୀତି ଛାଡିଦେବି: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ପୁଅ

Ratnamani Moharana

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଏହି ଘଟଣା ବିଷୟରେ

ENO Beuro

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment