ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

 ସହାୟତା ପାଇଁ ଆଗକୁ ଆସିଲେ ଭାଇଜାନ

ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା  ପାଇଁ ସଲମାନ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ । ପ୍ରକୃତରେ ପୂଜାଙ୍କ ଏଭଳି ସମୟରେ ସଲମାନ୍ ଥାଇଲାଣ୍ଡର ଘଞ୍ଚ ଜଙ୍ଗଲରେ ସୁଟିଂ କରୁଥିଲେ। ତେବେ ସଲମାନଙ୍କ ନିକଟରେ ଖବର ପହଞ୍ଚିବା କ୍ଷଣି ତୁରନ୍ତ ସେ ପୂଜାଙ୍କୁ ଯୋଗାଯୋଗ କରି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବାକୁ ଚେଷ୍ଟା କରିଥିଲେ ।

ପୁଜାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିଲା । ସେ ସହାୟତା କରିବା ପାଇଁ ସଲମାନଙ୍କ ନିକଟକୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହ କଥା ହୋଇ ପାରିନଥିଲା ।

୧୯୯୫ ମସିହାରେ ଆସିଥିବା ଫିଲ୍ମ ‘ବୀରଗତି’ରେ ପୁଜାଙ୍କୁ ସଲମାନଙ୍କ ସହ ଦେଖିବାକୁ ମିଳିଥିଲା । ସେ ସମୟରେ ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା ।

ପୁଜା ଗତ ୧୫ ଦିନ ହେଲା ମୁମ୍ବାଇର ଶିବଡୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୬ ମାସ ଧରି ସେ ଯକ୍ଷ୍ମା ଏବଂ ଫୁସଫୁସ ଜନିତ ରୋଗରେ ପୀଡିତ ଅଛନ୍ତି ।

ପୁଜାଙ୍କ ରୋଗ ଖବର ଶୁଣିବା ପରେ ଅଭିନେତା ରବି କିଶନ ସହାୟତା ପାଇଁ ଆଗକୁ ଆସିଥିଲେ । ସେ ନିଜ ସହଯୋଗୀ ପପୁ ଯାଦବଙ୍କ ହାତରେ ପୁଜାଙ୍କ ସହାୟତା ପାଇଁ ଟଙ୍କା ଏବଂ ଫଳ ପଠାଇଥିଲେ ।

ପଢନ୍ତୁ ;

ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ

ପୁଜାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିଲା - 4.6

91%

ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା  ପାଇଁ ସଲମାନ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ - 4.6

92%
4.6/5

Excellent!

ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା  ପାଇଁ ସଲମାନ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ । ପ୍ରକୃତରେ ପୂଜାଙ୍କ ଏଭଳି ସମୟରେ ସଲମାନ୍ ଥାଇଲାଣ୍ଡର ଘଞ୍ଚ ଜଙ୍ଗଲରେ ସୁଟିଂ କରୁଥିଲେ। ତେବେ ସଲମାନଙ୍କ ନିକଟରେ ଖବର ପହଞ୍ଚିବା କ୍ଷଣି ତୁରନ୍ତ ସେ ପୂଜାଙ୍କୁ ଯୋଗାଯୋଗ କରି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବାକୁ ଚେଷ୍ଟା କରିଥିଲେ ।

No Votes Yet

You're not rated yet